Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ର ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ

ଭବାନୀପାଟଣା, ୧୪/୦୯ (ଜଗନ୍ନାଥ ନାଏକ) : ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି | 1949 ମସିହା ସେପ୍ଟେମ୍ବର 14 ତାରିଖ ଦିନ ହିନ୍ଦୀ ଭାଷା କୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ମିଳିଥିଲା ଓ ହିନ୍ଦୀ ଭାଷା ଭାରତ ର ସଂସାର ଓ ସଂସ୍କୃତି ର ପ୍ରତିବିମ୍ବ ଅଟେ, ହିନ୍ଦୀ ଭାଷା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆମର ରାଷ୍ଟ୍ରୀୟ ଧର୍ମ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | କାଯ୍ୟକ୍ରମ ଟିକୁ ମନୀଷା ସିଂ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର, ଅପରାଜିତା ମଲ୍ଲିକ, ସାଧନା ପ୍ରଧାନ, ଅର୍ଣ୍ଣପୂର୍ଣ୍ଣା ପରି, ସୌମ୍ୟ ମିଶ୍ର ଓ ଶିକ୍ଷକ ବିଶ୍ୱରଂଜନ ମହାପାତ୍ର ସହଯୋଗ କରିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |