Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାସ୍ତା ମଝିରେ ଖାଳ ନାଳ ; ବାଣ୍ଡିଗାଁ ପଞ୍ଚାୟତ ରେଙ୍ଗାଲପାଳି ଗାଁକୁ ଯିବା ଆସିବା କୁ ରାସ୍ତା ଅତି ଶୋଚନୀୟ।ରାସ୍ତା ସମସ୍ୟା କୁ ନେଇ ପ୍ରଶାସନ ଏଵଂ ଜନ ପ୍ରତିନିଧି କୁ ଅନେକଥର ଜଣାଇ ଥିଲେ ମଧ୍ୟ ରାସ୍ତା ନିର୍ମାଣ

କଳାହାଣ୍ଡି, ୧୫/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବାଣ୍ଡିଗାଁ ପଞ୍ଚାୟତ ରେଙ୍ଗାଲପାଳି ଗାଁକୁ ଯିବା ରାସ୍ତା ଅତି ଶୋଚନୀୟ।ରାସ୍ତା ସମସ୍ୟା କୁ ନେଇ ପ୍ରଶାସନ ଏଵଂ ଜନ ପ୍ରତିନିଧି କୁ ଅନେକଥର ଜଣାଇ ଥିଲେ ମଧ୍ୟ ରାସ୍ତା ନିର୍ମାଣ ହେଇପାରିନାହିଁ, ତେଣୁ ଗ୍ରାମବାସୀ ଏକ ବୈଠକ ରଖି ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି, ମୁଖ୍ୟ ରାସ୍ତା ଠାରୁ ରେଙ୍ଗାଲପାଳି, ଆମଯୋର ପର୍ଯ୍ୟନ୍ତ ଥିବା ରାସ୍ତା ନିର୍ବାଚନ ପୁର୍ବରୁ ନିର୍ମାଣ କରିବା ପାଇଁ ଅଭିଯୋଗ କରିଛନ୍ତି।ମୋଟେର, ଜୟପାଟଣା ମୁଖ୍ୟରାସ୍ତା ରେଙ୍ଗାଲପାଳି ଛକ ଠାରୁ ଆମଯୋର କୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘବର୍ଷ ପୂର୍ବେ ନିମ୍ନ ମାନର କାମ ହେଇଥିବା ଯୋଗୁଁ ରାସ୍ତାର ବିଭିନ୍ନ ଜାଗାରେ ଖାଳ ଓ ନାଳ ସୃଷ୍ଠୀ ହେଇ ପାଣି ଜମି ରହିଛି ଯାହା ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ଲୋକ ମାନେ ଓ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେହି ପରି ରେଙ୍ଗାଲପାଳି ଠାରୁ ବୁଟୁରାପଡ଼ା, ଆମଜୋର କୁ ସଂଯୋଗ କରୁ ଥିବା ରାସ୍ତା ସମାନ ଚିତ୍ର। ସ୍ଥାନୀୟବାସି ବାରମ୍ୱାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନର ନଜର ପଡୁନାହିଁ।ସରକାର କହୁଛନ୍ତି ଗାଁ କୁ ବିକାଶ ଓ ଗାଁ କୁ ପକ୍କା ରାସ୍ତା କିନ୍ତୁ ରାସ୍ତାର ଶୋଚନୀୟ ପରିସ୍ଥିତି ପାଇଁ ଦୀର୍ଘ ବର୍ଷ ହେବ ଅସୁବିଧା ଭୋଗୁଛନ୍ତି ଗାଁ ଲୋକେ, ଶୁଣିଲା ନା ପ୍ରଶାସନ, ନା ନଜର ପଡ଼ିଛି ସରକାରୀ ବାବୁଙ୍କର, ଏହି ପରି କି ଗ୍ରାମସଭାରେ ଗାଁର ସମସ୍ୟା କୁ କଥା ଉଠିଲା, ବ୍ଲକ ପ୍ରଶାସନ କୁ ମଧ୍ୟ ଜଣାଇଲେ, କିନ୍ତୁ ତଥାପି ମିଳୁନି ସୁଫଳ, ସରକାର ଜନସାଧାରଣଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ପ୍ରକାର ଗ୍ରାମାଞ୍ଚଳ ବିକାଶ ଯୋଜନା କରୁଛନ୍ତି ତଥାପି ଗାଁ କୁ ଯିବା ରାସ୍ତାର ସମସ୍ୟା ସୁଧୁରି ପାରୁନି।