Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୪ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମ ବର୍ଜନ କରିବ ଇଣ୍ଡିଆ ମେଣ୍ଟ, ପଠାଇବ ନାହିଁ ନିଜର ମୁଖପାତ୍ର

କଲୋମ୍ବୋ: ବିରୋଧୀ ମେଣ୍ଟ ଇଣ୍ଡିଆ ଦେଶର ପରିଚିତ ୧୪ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବର୍ନର କରିବାକୁ ନିଷ୍ପତ୍ତି ନେଇଛି। ଏହି ଆଙ୍କରଙ୍କ କାର୍ଯ୍ୟକ୍ରମକୁ ଇଣ୍ଡିଆ ମେଣ୍ଟରେ ସାମିଲ ସମସ୍ତ ଦଳ ନିଜର ମୁଖପାତ୍ର ପଠାଇବେ ନାହିଁ। କଂଗ୍ରେସ ନେତା ତଥା ମିଡିଆ ଆଣ୍ଡ ପବ୍ଲିସିଟି ବିଭାଗର ଅଧ୍ୟକ୍ଷ ପବନ ଖେଡ଼ା ସେହି ୧୪ ଉପସ୍ଥାପକଙ୍କ ତାଲିକା ଜାରି କରିଛନ୍ତି, ଯାହାଙ୍କ କାର୍ଯ୍ୟକ୍ରମକୁ ମୁଖପାତ୍ରକୁ ପଠାଯିବ ନାହିଁ। ଏହି ତାଲିକାରେ ସୁଧୀର ଚୌଧୁରୀ, ଚିତ୍ରା ତ୍ରିପାଠୀ ସମେତ ୧୪ ଆଙ୍କରଙ୍କ ନାଁ ରହିଛି।

କଂଗ୍ରେସ ନେତା ପବନ ଖେଡ଼ା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଇଣ୍ଡିଆ ମିଡିଆ ସମିତି ଦ୍ଵାରା ଆୟୋଜିତ ଭର୍ଚୁଆଲ ବୈଠକରେ ଉପରୋକ୍ତ ନିର୍ଣ୍ଣୟ ନେଇଛି। ଇଣ୍ଡିଆ ମେଣ୍ଟ ୧୪ ଉପସ୍ଥାପକ(ଆଙ୍କର)ଙ୍କ କାର୍ଯ୍ୟକ୍ରମକୁ ନିଜର ମୁଖପାତ୍ରକୁ ପଠାଇବେ ନାହିଁ। ତାଲିକାରେ ଆଦିତି ତ୍ୟାଗୀ, ଅମନ ଚୋପ୍ରା, ଅମୀଷ ଦେବଗନ, ଆନନ୍ଦ ନରସିମାହ, ଅର୍ଣ୍ଣବ ଗୋସ୍ଵାମୀ, ଅଶୋକ ଶ୍ରୀବାସ୍ତବ, ଚିତ୍ରା ତ୍ରିପାଠୀ, ଗୌରବ ସାଓ୍ଵନ୍ତ, ନାଭିକା କୁମାର, ପ୍ରାଚୀ ପରାଶର, ରୁବିକା ଲିୟାକତ, ଶିବ ଥରୁର, ସୁଧୀର ଚୌଧୁରୀ ଓ ସୁଶାନ୍ତ ସିହ୍ନା।

ସୂଚନାଯୋଗ୍ୟ, ବିରୋଧୀ ଦଳ ଟିଭି ମିଡିଆରେ ଦୀର୍ଘ ସମୟ ଧରି କେବଳ ହିନ୍ଦୁ-ମୁସଲିମ ପ୍ରସଙ୍ଗରେ କା ର‌୍ୟ୍ୟକ୍ରମ କରିବା ଓ ସେମାନଙ୍କ ମୁଖପାତ୍ରଙ୍କୁ କହିବାକୁ ଅଧିକ ସମୟ ନ ଦେବାର ଅଭିଯୋଗ କରି ଆସିଛନ୍ତି। ଭାରତ ଯୋଡ଼ୋ ଯାତ୍ରା ସମୟରେ ମଧ୍ୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ଯେ, ଏମିତି ଲାଗୁଛି ଏହି ଯାତ୍ରାକକୁ ସମ୍ପାଦକମାନେ ବହିଷ୍କାର କରିଛନ୍ତି। ଯାତ୍ରାକୁ ଜନତାଙ୍କ ସମର୍ଥନ ମିଳିଥିଲେ ହେଁ ମୁଖ୍ୟଧାରାର ଗଣମାଧ୍ୟମ ଏହାକୁ ବହିଷ୍କାର କରିଛି। ଏହା ପୂର୍ବରୁ ୨୦୧୯ରେ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ବି କଂଗ୍ରେସ ଗୋଟିଏ ମାସ ଯାଏ ଟିଭି ଚ୍ୟାନେଲକୁ ବର୍ଜନ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ