ଉଫୁଳା ହାଇସ୍କୁଲ ରେ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ସ୍ଥିତ ୫-ଟି ଅନ୍ତର୍ଭୁକ୍ତ ମାହେଶ୍ୱରୀ ବିଦ୍ୟାପୀଠରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ନବମ ଓ ଦଶମ ଶ୍ରେଣୀର ସମୁଦାୟ ୧୪୯ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହି ବିଦ୍ୟାଳୟକୁ ୫-ଟି ରେ ଯୋଡ଼ି ଥିବାରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ପ୍ରଶଂସା କରିଥିଲେ । ୫-ଟି ଯୋଡି ହେବା ଦ୍ବାରା ଗୁଣାତ୍ମକ ଶିକ୍ଷାର ବିକାଶ ସହିତ ଭିତ୍ତିଭୂମି ର ଉନ୍ନତି ହୋଇପାରିବ ବୋଲି ସରପଞ୍ଚ ଶ୍ରୀ କର୍ମୀ ପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୃନ୍ଦାବନ ଭୋଇ , ଶିକ୍ଷକ ସୁଧାଂଶୁ ପଣ୍ଡା , ବଳରାମ ପୁରୋହିତ ଓ କର୍ମଚାରୀ ସୁଦର୍ଶନ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।