Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମରପାଲି ହାଇସ୍ଖୁଲ ରେ ବିଶ୍ଵ ସଂସ୍କୃତ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ରେ ବିଶ୍ଵ ସଂସ୍କୃତ ଦିବସ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଦେବୀ ସରସ୍ଵତୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଅର୍ପଣ ଓ ଧୂପଦୀପ ପ୍ରଜ୍ବଳନ କରାଯାଇଥିଲା । ଛାତ୍ରୀ ଶ୍ରଦ୍ଧାସୁମନ ପ୍ରଧାନ ବେଦ ପାଠ କରିଥିବା ବେଳେ ମୁସ୍କାନ ପ୍ରଧାନ ଶ୍ଲୋକ ପାଠ କରିଥିଲେ । ସଂସ୍କୃତ ଶିକ୍ଷକ ଅତିଥି ପରିଚୟ ଓ ସଭା ସଂଯୋଜନା କରିଥିଲେ । ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ , ପଦ୍ମନାଭ ପ୍ରଧାନ , ସମ୍ବିତ ପ୍ରଧାନ ପ୍ରମୁଖ ସଂସ୍କୃତ ଭାଷା ର ମହତ୍ତ୍ଵ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ଅନ୍ୟ ଭାଷା ଶିକ୍ଷା କରିବା ପାଇଁ ସଂସ୍କୃତ ଭାଷା ସହାୟକ ହୋଇଥାଏ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିବା ସହିତ ସଂସ୍କୃତ ସଂସ୍କୃତି କୁ ରକ୍ଷା କରିଥାଏ ବୋଲି ମତ ବ୍ୟକ୍ତ କରିଥିଲେ । ଶେଷରେ ସମ୍ବିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ , ସ୍କୁଲ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ