Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତମୁଣ୍ଡା ଠାରେ ଦଣ୍ଡପାଟ ଯୁବ ସେବା ସଂଗଠନ ତରଫରୁ ଆୟୋଜିତ ଅମୃତ ମାତୃପିତୃ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୫/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ ଗୋତମୁଣ୍ଡା ଠାରେ ଦଣ୍ଡପାଟ ଯୁବ ସେବା ସଂଗଠନ ତରଫରୁ ଆୟୋଜିତ ଅମୃତ ମାତୃପିତୃ ସେବା କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ମୁଖ୍ୟବକ୍ତା ଭାବରେ ଯୋଗଦେଇ ନିଜ ବକ୍ତବ୍ୟ ରଖିବା ସହ ଗୁରୁଜନ ମାନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୟପାଟଣା ଆତ୍ମାର ଅଧ୍ୟକ୍ଷ ଶୈଳେନ୍ଦ୍ର ରାଜ, ସମ୍ମାନିତ ଅତିଥି ଭାବେ କୋକସରା ଆତ୍ମାର ଅଧ୍ୟକ୍ଷ ରୁତୁରାଜ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ମାଝୀ, ଯୁବନେତା ଅବିନାଶ ମୁଣ୍ଡ, ଭବେଶ ଗଇତା ତଥା ବେହେରା, ଗୋତମୁଣ୍ଡା, ସାନପୋଡାଗୁଡା ଏବଂ ମୂଷାପାଲି ପଞ୍ଚାୟତର ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ସଂଗଠନ ପକ୍ଷରୁ ସହଯୋଗ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ