Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶାର ମହାନ୍ କୃଷି ଭିତ୍ତିକ ଗଣପର୍ବ ହେଉଛି ନୂଆଁଖାଇ ; ପ୍ରଥମେ ଖାଇଲେ ପଥର୍ଲା ଓ ବାହାଦୁରପଦର ଗ୍ରାମବାସୀ

କଳାହାଣ୍ଡି, ୧୫/୦୯ (ଜଗନ୍ନାଥ ନାଏକ) : ପଶ୍ଚିମ ଓଡ଼ିଶାର ମହାନ୍ କୃଷି ଭିତ୍ତିକ ଗଣପର୍ବ ହେଉଛି ନୂଆଁଖାଇ। ଏହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ ହେଉଥିଲା ବେଳେ ପରମ୍ପରା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗାଁ ଲୋକମାନେ ଆଜି ଆଗୁଆ ନୂଆଁଖାଇ ପର୍ବ ପାଳନ କରିଛନ୍ତି। ପଥର୍ଲା ସମେତ ବାହାଦୁର ପଦର ଓ ପଳଖାପଡା଼ ବାସୀ ରାଜାରାଜୁଦା ସମୟରୁ ଏକା ସାଙ୍ଗରେ ନୂଆଁ ଖାଇଛନ୍ତି। ଗତକାଲି ଅମାବାସ୍ୟା ତିଥି ରହିଥିବାରୁ ରାତିରେ ଇଷ୍ଟଦେବତା ମାନଙ୍କୁ ପୂଜା କରିବା ପରେ ଆଜି ପ୍ରତିପଦ ତିଥିରେ ନୂଆଁଖାଇ ପର୍ବ ପାଳନ ଅତି ଆନନ୍ଦରେ ଉଦ୍ଦୀପନା ସହ ଖାଇଛନ୍ତି।
ସୂଚନାଯୋଗ୍ୟ ଯେ, ନାଗ ବଂଶ ରାଜାଙ୍କୁ ଯୁଦ୍ଧରେ ପଥର୍ଲା ଆଦିବାସୀ ମାନେ ସାହାଯ୍ୟ କରିବା ସହ ଯୁଦ୍ଧରେ ବିଜୟୀ କରାଇଥିଲେ। ଏଥିରେ ରାଜା ଖୁସି ହୋଇ ଉକ୍ତ ଗାଁର ମୁଖିଆ ଙ୍କୁ କ’ଣ ମାଗୁଛୁ ମାଗ ବୋଲି କହିଥିଲେ। ଏହା ପରେ ମୂଖିଆ ଆମ ଗାଁକୁ ସର୍ବ ପ୍ରଥମେ ନୂଆଁଖାଇ ଅଧିକାର ଦିଆଯାଉ ବୋଲି କହିଥିଲେ ଏହାପରେ ରାଜା ଠିକ୍ ଅଛି ବୋଲି କହୁଥିଲେ। ସେହି ଦିନଠାରୁ ପଥର୍ଲା , ବାହାଦୁର ପଦର ଓ ପଳଖାପଡା଼ ଗ୍ରାମବାସୀ ମାନେ ପ୍ରଥମେ ନୂଆଁଖାଇ ପର୍ବ ପାଳନ କରି ଆସୁଛନ୍ତି। ଶୁକ୍ରବାର ଦିନ ନୂଆଁ ଧାନ ଓ କୁରେ ପତ୍ର ଆଣି ଦେବାଦେବୀ ମାନଙ୍କୁ ପୂଜା ଓ ନୂଆଁ ଧାନ ଅର୍ପଣ କରିଥିଲେ। ପିଠାପଣା ଓ ବହୁ ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ପରିବାରର ସମସ୍ତେ ଏକାଠି ବସି ନୂଆଁ ଖାଇଥିଲେ। ନୂଆଁଖାଇ ଭେଟଘାଟ ସହ ନାଚଗୀତରେ ଅଞ୍ଚଳ ଝୁମି ଉଠିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ