Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୋଖରୀ ଲିଜକୁ ନେଇ ଦୁଇ ମହିଳାଗୋଷ୍ଟି ମଧ୍ୟରେ ଲାଗିରହିଥିବା ବିବାଦର ର ସମାଧାନ

କଳାହାଣ୍ଡି, ୧୫/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭାବନୀପାଟଣା ବ୍ଲକ ଅନ୍ତର୍ଗତ କଲମ ଗ୍ରାମପଞ୍ଚାୟତ ରେ ଥିବା ଚାନ୍ଦୋପଲା ଗ୍ରାମର କଳ୍ପନା ସ୍ୱୟଂ ସହାୟିକା ଗୋଷ୍ଟି ଏବଂ ମହାଲଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠି ମାଧ୍ୟରେ ପୋଖରୀ ଲିଜ କୁ ନେଇ ଦିଡଗା ଦିନରୁ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି l
କଲମ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ତରଫରୁ 2022 ମସିହା ରେ ଚାନ୍ଦୋପଲା ଗ୍ରାମର ଏକ ପୋଖରୀକୁ ମହାଲଷ୍ମୀ ସ୍ୱୟସହାୟିକା ଗୋଷ୍ଠି ନାମକ ଏକ ମହିଳା ଗୋଷ୍ଠି କୁ ଟେଣ୍ଡର ମାଧ୍ୟମରେ ଆଠ ହଜାର ଟଙ୍କାରେ ଲିଜ ଦିଆଯାଇଥିଲା l ତଦ ଅନୁଯାୟୀ ଉକ୍ତ ମହିଳାଗୋଷ୍ଠୀ ପୋଖରୀରେ ମାଛ ଚାଷ କରିଆସୁଥିଲେ l କିନ୍ତୁ 2023 ମସିହାରେ ଗ୍ରାମପଂଚାୟତ କାର୍ଯ୍ୟାଳୟରୁ ପୁଣିଥରେ ଟେଣ୍ଡର ଡକାଯାଇଥିଲା ଓ ସେଥିର ସେହି ଚାନ୍ଦୋପଲା ଗ୍ରାମର କଳ୍ପନା ସ୍ୱୟଂ ସହାୟିକା ଗୋଷ୍ଠୀ କୋଡିଏ ହଜାର ଟଙ୍କା ରେ ପୋଖରୀ ଲିଜ ଦିଆଯାଇଥିଲା l ଲିଜପାଇଲା ପରେ ମହିଳାମାନେ ବ୍ୟାଙ୍କରୁ ଦେଢ଼ ଲକ୍ଷ୍ୟ ଟଙ୍କା ଋଣକରି ଦୁତି ପର୍ଯ୍ୟାୟରେ ପଚାଶ ହଜାର ମାଛ iଯାଆଁଳା ଛାଡି ପୋଖରୀର ରକ୍ଷଣା ବେକ୍ଷଣ କରି ଆସୁଥିବାବେଳେ ପୂର୍ବରୁ ପୋଖରୀ ଲିଜ ପାଇଥିବା ମହିଳାଗୋଷ୍ଟି ପୋଖରୀ ନ ଛାଡିବା ଓ ପୂର୍ବରୁ ପୋଖରୀରେ ଆମର ମାଛ ଅଛି ବୋଲି ଅଡ଼ି ବସିଥିଲେ l କିଛି ଦିନତଳେ ସେମାନେ ମଧ୍ୟ ମାଛ ଯାଆଁଳା ଛାଡିଦେଇଥିଲେ l ଏପରି ଭାବେ ଦୁଇଗୋଷ୍ଠୀ ଦୁଇମାସରୁ ଉର୍ଦ୍ଧ ସମୟଧରି ବାରମ୍ବାର ପଂଚାୟତ, ବ୍ଲକ ଓ ଉପଜିଲ୍ଲାପାଳ, ଜିଲ୍ଲପାଳ ଙ୍କୁ ଲିଖିତ ଅଭିଯୋଗ ଜଣାଇ ସାରିଛନ୍ତି l ତଥାପି ଦୁଈଗୋଷ୍ଟିର ସମାଧାନ ର ବାଟ ଭାରି ନଥିଲା l
ପରିଶେଷରେ ଗତକାଲି ମିଶନ ଶକ୍ତିର ଏଲ ଟିମ କୁ ଜିଲ୍ଲାପ୍ରଶାସନ ପଠାଇ ଏହାର ସମାଧାନ ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସମାଧାନ ନହେବାରୁ ସେମାନେ ଅଧାରୁ ଚାଲିଆସିଥିଲେ l କଲମ ସରପଞ୍ଚ ଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠିର ମହିଳା, ୱାର୍ଡ ସଭ୍ୟ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଚାନ୍ଦୋପାଳ ଗ୍ରାମର ଅଧିବାସୀଙ୍କୁ ସମାଜସେବି ସରୋଜ ବାଗ ବହୁ ବୁଝା ସୁଝା କଲାପରେ ଦୁଇଗୋଷ୍ଟି ଶେଷରେ ରାଜି ହୋଇଥିଲେ l
ପୋଖରୀରେ ଥିବା ପୁରୁଣା ମାଛ କୁ ଆଗରୁ ଲିଜ ନେଇଥିବା ଗୋଷ୍ଠି କୁ ହସ୍ତାନ୍ତର କରିବା ସହ ଚଳିତ ବର୍ଷ ଶେଷରେ ପୋଖରୀରେ ଥିବା ମାଛ ଏକ କ୍ତୃତୀୟାଂଶ ମାଛ ମଧ୍ୟ ପୂର୍ବଗୋଷ୍ଟିକୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା ପଂଚାୟତ ଦ୍ୱାରା ଏକ ରିଜୁଲେସନ କରାଯାଇ ଦୁଇଗୋଷ୍ଟିକୁ ପ୍ରଦାନ କରାଯାଇଥିଲା l