ପିଡ଼ବ୍ଲୁଡ଼ି ଡିପାର୍ଟମେଣ୍ଟ ର ଏବହେଲା ମିଛ ଅଫିସର ଚିଠି ଦେଖେଇ ଚୋର ମାନେ ରୋଲର ନେଇ ପଳାଇଲେ


କଳାହାଣ୍ଡି, ୧୬/୦୯ : ଗତ କେତେ ଦିନ ହେଲା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ଚୋରି ଡକାୟତ ର ଖବର ଶୁଣିବାକୁ ମିଳୁଛି । ଯାହାକି ପୋଲିସ ପ୍ରଶାସନ ର ମୁଣ୍ଡ ବଥାର କାରଣ ପାଲଟିଛି । ପୋଲିସ ପ୍ରଶାସନ ଯେତେ ସତର୍କ ରହିଲେ ମଧ୍ଯ ଚୋର ମାନଙ୍କ ର ତିଳେ ହେଲେ ଖାତିର ନାହିଁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପଟ ଚେକଗେଟ ପାଖରେ ଦିନ ବେଳେ ପିଡବ୍ଲୁଡି ଡିପାର୍ଟମେଣ୍ଟ ର ରାସ୍ତା ସାଇଡରେ ପଡିରହି ଥିବା ଏକ ସରକାରୀ ରୋଲରକୁ ଦିନ ବେଳେ ଚୋରମାନେ ଗ୍ୟାସ କଟର ମାଧ୍ୟମ ରେ ଖଣ୍ଡ ଖଣ୍ଡ କରି କାଟି ନେଇଯାଇ ଥିବା ସୂଚନାରୁ ଜାଣିବାକୁ ମିଳିଥିଲା । ଦିନ ବେଳେ ସରକାରୀ ରୋଲର ଚୋରୀ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ
ଏହି ଖବର କେତେ ଦୂର ସତ ତାହା ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧିର କଛି ସଦସ୍ଯ ଘଟଣା ସ୍ଥଳ କୁ ଯାଇ କର୍ଲାପାଟ ଫରେଷ୍ଟ ଚେକଗେଟ ପାଖରେ ପହଁଞ୍ଚି ଫରେଷ୍ଟ ସ୍ଟାଫ ମାନଙ୍କୁ ରୋଲର ଚୋରି ହୋଇଥିବା ଘଟଣା ପଚାରିଲା ପରେ ସମସ୍ତ ତଥ୍ଯ ସାମ୍ନାକୁ ଆସିଥିଲା । କର୍ଲାପାଟ ଫରେଷ୍ଟ ଚେକଗେଟ ରେ ଥିବା ଫରେଷ୍ଟ ଷ୍ଟାଫ ମାନଙ୍କ କହିବା ଅନୁସାରେ ଚୋର ମାନେ ରୋଲର କଟିଙ୍ଗ କରୁଥିବା ସମୟରେ କଟିଙ୍ଗ କରି ବାକୁ ନେଇ ଫରେଷ୍ଟ ଷ୍ଟାଫ ପଚାରି ବାରୁ ଆମେ ଅଫିସରୁ ପରମିସନ ଆଣିଛୁ ବୋଲି ଅଫିସ ଦେଇଥିବା ଏକ ଲେଟର ଦେଖେଇ ଥିଲେ ।
ଫରେଷ୍ଟ ଷ୍ଟାଫ ସେହି ଲେଟର କୁ ଦେଖି ଠିକ ଥିବ ଭାବି କଛି କହିନଥିଲେ । ଚୋର ମାନେ ଏହାର ସୁଯୋଗ ନେଇ ସରକାରୀ ରୋଲର କୁ କାଟି ନେଇ ପଳାଇ ଥିଲେ । ଚୋର ମାନେ ରୋଲର କଟିଙ୍ଗ କରି ନେବାର ଗୋଟିଏ ଦିନ ପରେ ପି ଡବ୍ଲୁ ଡି ଡିପାର୍ଟମେଣ୍ଟ ର ଜେଇ ରବୀନ୍ଦ୍ର କୁମାର
ସୋରେନ ସେହି ରାସ୍ତା ଦେଇ ଥୁଆମୂଳ ରାମପୁର ପଟୁ ଫେରୁଥିବା ସମୟରେ କର୍ଲାପାଟ ଫରେଷ୍ଟ ଚେକଗେଟ ରେ ଅଟକି ଫରେଷ୍ଟ ଷ୍ଟାଫ ମାନଙ୍କୁ ରାସ୍ତା ସାଇଡରେ ଥିବା ରୋଲର ବାବଦ ରେ ପଚାରି ଥିଲେ । ସେଠାରେ ଥିବା ଫରେଷ୍ଟ ଷ୍ଟାଫ ପିଡବ୍ଲୁଡି ଜେଇ ରବୀନ୍ଦ୍ର କୁମାର ସୋରେନ ଙ୍କୁ ଚୋର ମାନେ ଦେଖେଇ ଥିବା ସରକାରୀ ଚିଠି ବାବଦ ରେ କହିଥିଲେ । ପିଡବ୍ଲୁଡି ଜେଇ ସେମାନେ ଦେଇଥିବା ଅଫିସ ଚିଠି କୁ ଦେଖି ଫେକ୍ ଚିଠି ବୋଲି ଫରେଷ୍ଟ ଷ୍ଟାଫ କୁ କହିଥିଲେ । ଚୋର ମାନେ ରୋଲର କୁ ଚୋରି କରି ନେଇ ଯାଇଥିବା କହିଥିଲେ ।
ତାପରେ ଫରେଷ୍ଟ ଷ୍ଟାଫ ରୋଲର ଚୋରୀ ହୋଇଥିବା ଘଟଣା ବାବଦ ରେ ଜାଣିବାକୁ ପାଇଥିଲେ । ଏହି ରୋଲର ଚୋରି ଘଟଣାରେ ସେହି ସମୟ ରେ ଉପସ୍ଥିତ ଥିବା ଫରେଷ୍ଟ ଷ୍ଟାଫ ଙ୍କ କହିବା ଅନୁସାରେ ପାଞ୍ଚ ରୁ ସାତ ଜଣ ଚୋର ରୋଲର କଟିଙ୍ଗ ପାଇଁ ଆସିଥିବା ବେଳେ ଗୋଟିଏ ପିକପ୍, ଗୋଟିଏ ମିନି ଟ୍ରକ ଓ ଗୋଟିଏ ଜେସିବି ମାଧ୍ୟମ ରେ ସମସ୍ତ ରୋଲର କଟିଙ୍ଗ କୁ ଲୋର୍ଡ କରି ନେଇ ପଳାଇ ଯାଇଥିବା ଫରେଷ୍ଟ ଷ୍ଟାଫ ସୂଚନା ଦେଇଛନ୍ତି ।
ଫରେଷ୍ଟ ଷ୍ଟାଫ ଙ୍କ କହିବା ଅନୁସାରେ କର୍ଲାପାଟ ଫରେଷ୍ଟ ଚେକଗେଟ ରୋଡ ଆଡକୁ ଲାଗିଥିବା ସି ସି ଟିଭି କ୍ୟାମେରା ବହୁତ ଦିନ ହେଲା ବନ୍ଦ ହୋଇ ପଡିଛି । ଯଦି କ୍ୟାମେରା ଚାଲୁ ଥାନ୍ତା ଏହି ଚୋରି ଘଟଣା ରେ ପୋଲିସ କୁ ବହୁ ତଥ୍ଯ ମିଳିପାରିଥାନ୍ତା । କ୍ୟାମେରା ନ ଚାଲିବାର ସୁଯୋଗ ନେଇ ବହୁ ଦୁର୍ବୁତ୍ତ ଫାଇଦା ଉଠାଇ ପାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଏ ସବୁ ଘଟଣା ରୋକିବା ପାଇଁ କ୍ୟାମେରା ଲାଗିବା ନିତାନ୍ତ ଆବଶ୍ୟକ ହୋଇପଡିଛି ।
ରୋଲର ଚୋରି ହୋଇଥିବା ଘଟଣା ବାବଦ ରେ ପିଡବ୍ଲୁଡି ଡିପାର୍ଟମେଣ୍ଟ କୌଣସି ପ୍ରକାର ପଦକ୍ଷେପ ନ ନେବା ପିଡବ୍ଲୁଡି ଡିପାର୍ଟମେଣ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏହି ଘଟଣାରେ ଡିପାର୍ଟମେଣ୍ଟ ର କିଛି ସଦସ୍ଯ ଙ୍କ ର କୌଣସି ସଂପୃକ୍ତି ନାହିଁତ ଏ ନେଇ ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ଘଟଣା ବାବଦ ରେ ଗଣମାଧ୍ୟମ ପ୍ରତିନିଧି ପିଡବ୍ଲୁଡି ଡିପାର୍ଟମେଣ୍ଟ ର ଅଧିକାରୀଙ୍କୂ ଭେଟିବା ପାଇଁ ବାରମ୍ବାର ଚେଷ୍ଟାକରି ଥିଲେ ମଧ୍ଯ ସାମ୍ନାକୁ କେହି ଆସିନଥିଲେ ।
ଏହି ଘଟଣାକୁ ନେଇ ପିଡବ୍ଲୁଡି ଡିପାର୍ଟମେଣ୍ଟ ର ଜଣେ ପୁରୁଣା ରିଟାର୍ଡ ରାଓ ବାବୁ ରୋଲର ବାବଦ ରେ କଛି ତଥ୍ଯ ପ୍ରକାଶ କରିଥିଲେ ତାଙ୍କ ର କହିବା ଅନୁସାରେ ପିଡବ୍ଲୁଡି ଡିପାର୍ଟମେଣ୍ଟ ର ସମସ୍ତ ସରକାରୀ ରୋଲର କଳାହାଣ୍ଡି ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନ ରୋଡ ସାଇଡରେ ପଡିରହିଥିବା ବେଳେ ସେହି ସ୍ଥାନର ଫଟୋସହ ରୋଲର ଫଟୋ ଅଫିସ ରେ ଥିବା ଜଣାଇଥିଲେ ।କିନ୍ତୁ ଅଫିସର ଅବହେଳା ଯୋଗୁଁ ସରକାର ଙ୍କର ସମସ୍ତ ରୋଲର ଖତଖାଉଥିବା ଏବଂ ପିଡବ୍ଲୁଡି ଡିପାର୍ଟମେଣ୍ଟ ର ଅବହେଳା ଯୋଗୁଁ ଏହାର ସୁଯୋଗ ନେଇ ଚୋର ମାନଙ୍କ ର ସାହସ ଦିନ କୁ ଦିନ ବଢିବାରେ ଲାଗିଛି ।
ଚୋରି ହୋଇଥିବା ରୋଲର କୁ ନେଇ ପିଡବ୍ଲୁଡି ଡିପାର୍ଟମେଣ୍ଟ ଥାନାରେ କୌଣସି କେଶ ରୁଜୁ କରିନଥିବା ଏସ୍ ପି ସାର ଙ୍କୁ ପଚାରିବାରୁ ସେ ଥୁଆମୂଳ ରାମପୁର ଥାନାକୁ ଫୋନ କରି ପଚାରିଥିଲେ । କୌଣସି କେଶ ରୁଜୁ ନ ହେଇଥିବା ଜାଣିବାକୁ ମିଳିଥିଲା ।
ଏହି ଘଟଣାର 10 ରୁ 15 ଦିନ ଗଡିଯାଇ ଥିଲେ ସୁଧା ପୋଲିସ ହାତ ଖାଲି ପଡିଥିବା ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନାରୁ ଜାଣିବାକୁ ମିଳିଛି ଯେ ଏହି ଘଟଣା ପୂର୍ବରୂ ମଧ୍ଯ ଆଉ ଗୋଟିଏ ରୋଲର ତେରେନାମ ଘାଟି ମୁଶାନାଲ ରାସ୍ତାରେ ଥିବା ପିଡବ୍ଲୁଡି ଡିପାର୍ଟମେଣ୍ଟ ର
ଚୋରି ହୋଇଥିବା ଶୁଣିବାକୁ ମିଳୁଛି । ଏହା କେତେଦୂର ସତ ଉଚିତ ତଦନ୍ତ କଲେ ରୋଲର ଚୋରି ର ରହସ୍ଯ ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି । ଯଦି ଏହି ସବୁ ଘଟଣା ସତ ତାହେଲେ ପିଡବ୍ଲୁଡି ଡିପାର୍ଟମେଣ୍ଟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି କଣ ରହିଛି ରହସ୍ଯ ଏ ସବୁ ଘଟଣାକୁ ନେଇ ଡିପାର୍ଟମେଣ୍ଟ କଣ ପାଇଁ ଚୁପ ହୋଇ ବସିଛି ଏହା ପଛରେ ଡିପାର୍ଟମେଣ୍ଟର କିଛି ଲୋକଙ୍କ କୌଣସି ସଂପୃକ୍ତି ନାହିଁତ ଏ ନେଇ ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।