Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ୍ବସରଭଟl ହତ୍ୟା ଘଟଣାରେ 4 ବାପ ପୁଅକୁ ଗିରଫ କରି କୋର୍ଟଚାଲାଣ କରିଛି ସୁବଳୟା ପୁଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ କମିରା ପଞ୍ଚାୟତ ର ଆମ୍ବଶରଭଟା ଗ୍ରାମରେ ଗୁରୁବାର ଦିନ ଚାଷ ଜମିରେ ପାଣି ମଡାଇବାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ଉକ୍ତ ହତ୍ୟାକାଣ୍ଡରେ ଅଭିଯୁକ୍ତ ୪ ବାପ ପୁଅ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଆମ୍ବଶରଭଟା ଗ୍ରାମ ର କୁଞ୍ଜବିହାରୀ ସାହୁ(୬୦) ଏବଂ ତାଙ୍କର ତିନି ପୁଅ ରଞ୍ଜିତ ପଧାନ(୩୫) , ରଞ୍ଜନ ପଧାନ(୩୦) ଓ ରାଜେନ୍ଦ୍ର ପଧାନ(୩୭) । ଗିରଫ ପରେ ସେମାନ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୁଚନଯୋଗ୍ୟ ସୁବଳୟା ଥାନା ଅନ୍ତର୍ଗତ ଆମ୍ବଶରଭଟା ଗ୍ରାମରେ ଗୁରୁବାର ଦିନ ଗ୍ରାମର ମଝି ଦାଣ୍ଡରେ ସଂଘବଦ୍ଧ ଭାବେ ଗ୍ରାମର ବାସୁଦେବ ସାହୁ (ବଙ୍କା) ଓ ତାଙ୍କର ପୁଅ ସୁରେନ୍ଦ୍ର ସାହୁ ଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଫାର୍ସl ଚୋଟରେ ବାସୁଦେବ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସୁରେନ୍ଦ୍ର ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡ଼ାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ମୃତଙ୍କ ବଡ଼ ପୁଅ ମହର୍ଗୁ ଙ୍କ ଅଭିଯୋଗ ଆଧାର ରେ ସୁବଳୟା ଥାନାରେ ଏକ ମାମଲା (କେସ ନଂ ୧୫୨/୨୩) ରୁଜୁ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ