Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ ମୋଦୀ ୧୦ ବର୍ଷରେ ସାମ୍ବାଦିକ ସମ୍ମିଳନୀ ନ କରି ପ୍ରତ୍ୟେକ ସାମ୍ବାଦିକଙ୍କ ବର୍ଜନ କରିଛନ୍ତି, ବିଜେପିକୁ ସିଦ୍ଦରମୈୟାଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଇଣ୍ଡିଆରେ ସାମିଲ୍ ସମସ୍ତ ଦଳ ୧୪ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି। ଇଣ୍ଡିଆ ମେଣ୍ଟର ଏମିତି ନିଷ୍ପତ୍ତିକୁ ବିଜେପି କଡ଼ା ଶବ୍ଦରେ ସମାଲୋଚନା କରିଛି। ଏହି କ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏମ ସିଦ୍ଦରମୈୟା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପାଲଟା ଜବାବ ଦେଇଛନ୍ତି। ନଡ୍ଡା କହିଥିଲେ, ଇଣ୍ଡିଆ ମେଣ୍ଟ ଯେଉଁଭଳି ଭାବେ ନ୍ୟୁଜ୍ ଆଙ୍କରଙ୍କ ତାଲିକା ଜାରି କଲେ ତାହା ନାଜିଙ୍କ କାମ ପରି ସମାନ। ବିରୋଧୀ ମେଣ୍ଟ ୯ ଚ୍ୟାନେଲର ୧୪ ଆଙ୍କରଙ୍କୁ ବର୍ଜନ କରି ଗଣମାଧ୍ୟମକୁ ଧମକ ଦେଉଛନ୍ତି।

ସିଦ୍ଦରମୈୟା ଏକ୍ସରେ ପୋଷ୍ଟ କରି ଜେପି ନଡ୍ଡାଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ହେବ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ ନ କରି ଦେଶର ପ୍ରତ୍ୟେକ ସାମ୍ବାଦିକଙ୍କ ବର୍ଜନ କରିଛନ୍ତି। ତ ୧୪ ଆଙ୍କରକୁ ବର୍ଜନ କରିବା ଆମର ନିଷ୍ପତ୍ତି କେମିତି ଭୁଲ୍ ହେଲା, ଯେଉଁମାନେ ଗୋଟିଏ ରାଜନୈତିକ ପାର୍ଟିର ପିଆର ସାଜି ନିଜର ନୈତିକତା ପ୍ରତି ସାଲିସ୍ କରିଛନ୍ତି।

ଇଣ୍ଡିଆ ମେଣ୍ଟ ଦ୍ଵାରା ୧୪ ଉପସ୍ଥାପକ(ଆଙ୍କର)ଙ୍କ କାର୍ଯ୍ୟକ୍ରମକୁ ନିଜର ମୁଖପାତ୍ରକୁ ପଠାଇବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ତାଲିକାରେ ଆଦିତି ତ୍ୟାଗୀ, ଅମନ ଚୋପ୍ରା, ଅମୀଷ ଦେବଗନ, ଆନନ୍ଦ ନରସିମାହ, ଅର୍ଣ୍ଣବ ଗୋସ୍ଵାମୀ, ଅଶୋକ ଶ୍ରୀବାସ୍ତବ, ଚିତ୍ରା ତ୍ରିପାଠୀ, ଗୌରବ ସାଓ୍ଵନ୍ତ, ନାଭିକା କୁମାର, ପ୍ରାଚୀ ପରାଶର, ରୁବିକା ଲିୟାକତ, ଶିବ ଥରୁର, ସୁଧୀର ଚୌଧୁରୀ ଓ ସୁଶାନ୍ତ ସିହ୍ନା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ