ପ୍ରାଚୀନ ଭାରତରେ ନାରୀର ଭୂମିକା ମହତ୍ତ୍ୱପୂର୍ଣ୍ଣ ଥିଲା ବୋଲି କଲେଜ ରେ ଇତିହାସ ବିଭାଗର ଆଲୋଚନାଚକ୍ର

ବୀରମହାରାଜପୁର : ବୀରମହାରାଜପୁର କେଉଁ ଆବାହମାନ କାଳରୁ ଭାରତୀୟ ସଂସ୍କୃତି ରେ ନାରୀକୁ ମହତ୍ୱପୂର୍ଣ୍ଣ ସ୍ଥାନ ଦିଆଯIଇଛି I ସିନ୍ଧୁ ସଭ୍ୟତାରେ ମାତୃ ଉପାସନା ପ୍ରଚଳିତ ଥିଲା I ଋକ୍ ବୈଦିକ ସମାଜରେ ନାରୀକୁ ପ୍ରଭୂତ ସମ୍ମାନ ମିଳୁଥିଲା I ସେମାନଙ୍କୁ ଶିକ୍ଷା ଗ୍ରହଣ କରିବାପାଇଁ ଉତ୍ସାହିତ କରାଯାଉଥିଲା I ଏପରିକି ସେମାନଙ୍କୁ ସ୍ୱାମୀ ନିର୍ବାଚନ କରିବାର ଅଧିକାର ମିଳୁଥିଲା I ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନାରୀମାନଙ୍କୁ ନିଜର ଅଙ୍ଗାରକ୍ଷୀ ଭାବରେ ନିଯୁକ୍ତ କରୁଥଲେ I ଗୁପ୍ତଯୁଗରେ ମଧ୍ୟ ସେମାନଙ୍କୁ ସ୍ୱତନ୍ତ୍ର ମର୍ଯ୍ୟାଦା ମିଳୁଥିଲା ବୋଲି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ର ଇତିହାସ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି I ଏହି ଅବସରରେ ଆୟୋଜିତ ସଭାରେ ଇତିହାସ ବିଭାଗ ମୁଖ୍ୟ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ ହିମାଂଶୁ ଶେଖର ପାଢ଼ୀ ସଭାପତିତ୍ୱ କରିଥିବାବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ଶିବ କୁମାର ପୁରୋହିତ ମୁଖ୍ୟ ଅତିଥି , ଶିକ୍ଷା ବିଭାଗ ଅଧ୍ୟାପକ ବିଜୟ କୁମାର ପଧାନ ସମ୍ମାନିତ ଅତିଥି ଓ ଇତିହାସ ବିଭାଗ ଅଧ୍ୟାପକ ସତ୍ୟ ନାରାୟଣ ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ I ଡ଼ ବନ୍ଦିତା ବିଶ୍ୱାଳ ସଭା ସଂଯୋଜନା କରିବା ସହିତ ବିଷୟ ଭିତ୍ତିକ ଆଲୋଚନା କରିଥିଲେ I ଏହି ବିଭାଗର ଛାତ୍ରୀ ସୋନାଲି ମେହେର ଧନ୍ୟବାଦ ଅର୍ପଣ କରିଥିଲେ I ସଭାର ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା I ଏହି ଅବସରରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା I ଏହି ଆଲୋଚନା ଚକ୍ରରେ ସୋନାଲି ମେହେର , ପୂଜାରାଣୀ ହୋତା , ସୁଧୀର ହୋତା , ସୀତା ସାହୁ ଓ ଦେବେନ୍ଦ୍ର ଭୋଇ ପ୍ରମୁଖ ପ୍ରବନ୍ଧ ଉପସ୍ଥାପନ କରିଥିବାବେଳେ ଲକ୍ଷ୍ମୀପ୍ରିୟା ଦେହୁରୀ , ସୁଶୀଲ ନାଏକ , ଶାଶ୍ୱତୀ ପଣ୍ଡା , ରଶ୍ମି ମେହେର , ସସ୍ମିତା ପଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ I