Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବାଳକ ହାଇସ୍କୁଲ ରେ ସ୍ଵଚ୍ଛତା ପକ୍ଷ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ଏହାର ଶେଷ ଦିବସ ରେ ଉଚ୍ଚ ବିଦ୍ୟାଳୟ ର ଛାତ୍ର ମାନଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ପ୍ରଧାନ ଶିକ୍ଷକ ଏହି ରାଲି କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଥିବାବେଳେ ଶିକ୍ଷକ ବୈକୁଣ୍ଠ ନାୟକ ଓ ଖେଳ ଶିକ୍ଷକ କିଶୋର ଡାଙ୍ଗ ସଚେତନତା ଶୋଭାଯାତ୍ରା ର ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟ ର ସମସ୍ତ ଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସ୍ଳୋଗାନ ଓ ସଙ୍ଗୀତ ମାଧ୍ୟମ ରେ ଛାତ୍ର ମାନେ ଜନସାଧାରଣ ଙ୍କୁ ସ୍ବଚ୍ଛତା ସମ୍ପର୍କରେ ସଚେତନ କରାଇଥିଲେ ।