କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଏନ୍ ଏସ୍ ଏସ୍ ତରଫରୁ ରକ୍ତଦାନ ଶିବିର

ଭବାନୀପାଟଣା, ୧୬/୦୯ (ଜଗନ୍ନାଥ ନାଏକ) : ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଏନ୍ ଏସ୍ ଏସ୍ ବ୍ୟୁରୋ ତରଫରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ସଂଯୋଜକ ଡ଼ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ସତପଥୀ ଏହି ରକ୍ତଦାନ ଶିବିରର ଉଦ୍ଘାଟନ କରିଥିବାବେଳେ ଜୀବନ ଓ ସମାଜରେ ରକ୍ତଦାନର ଆବଶ୍ୟକତା ଓ ମହନୀୟତା ବିଷୟରେ ରକ୍ତଦାତା ଓ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାଷଣ ଦେଇଥିଲେ । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ସିପିଜିସି ଡ଼ ନିବେଦିତା ନାଥ ଉପସ୍ଥିତ ରହିବା ସହିତ ନିଜେ ରକ୍ତଦାନ କରିଥିଲେ । ପ୍ରିୟରଞ୍ଜନ ବେହେରା, ଜୟନ୍ତ ଦଣ୍ଡସେନା, ରୋଜ ମେରୀ ଏକ୍କା ପ୍ରମୁଖ କାର୍ଯ୍ୟକ୍ରମ ଅଧିକାରୀ ଏହି ଶିବିର ପରିଚାଳନା କରିଥିଲେ । ଭବାନୀପାଟଣା ବ୍ଲଡ୍ ବ୍ୟାଙ୍କ ତରଫରୁ ଡ଼ ସିପ୍ରାରାଣୀ ସ୍ଵାଇଁ, ଗିରିଶ ନାୟକ, ଡମ୍ବରୁଧର ସାହୁ, ଅଜିତ କୁମାର ନାୟକ, ସଂଯୋଜକ ମହାଖୁଡ ଓ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ପରିଚାଳକ ଭାବେ ରକ୍ତଦାନ ସ॰ଗ୍ରହ କାର୍ଯ୍ୟକ୍ରମ ସ॰ପାଦନ କରିଥିଲେ । ଏହି ରକ୍ତଦାନ ଶିବିରରେ ଅନେକ ଛାତ୍ର ଛାତ୍ରୀ ଉତ୍ସାହର ସହ ରକ୍ତଦାନ କରିଥିବା ବେଳେ ସର୍ବ ମୋଟ ୩୫ ୟୁନିଟ୍ ରକ୍ତ ସ॰ଗ୍ରହ ହୋଇଥିବା ବେଳେ ପ୍ରଥମ ଥର ପାଇଁ ୧୪ ଜଣ ଛାତ୍ର ଛାତ୍ରୀ ରକ୍ତଦାନ କରି ଉତ୍ସାହିତ ହୋଇଥିଲେ । ଏହି ଶିବିରରେ ଡ଼ କୈଳାଶ ଚନ୍ଦ୍ର ଦାଶ, ଅଖିଳ ଜେନା, ଡ଼ ସୁମନା ରୟ, ପ୍ରତାପ ଦାଶ ଓ ମିଲନ ଭୋଇ ପ୍ରମୁଖ ଛାତ୍ର ଛାତ୍ରୀଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଏନ୍ ଏସ୍ ଏସ୍ ବ୍ୟୁରୋ ର ସଂଯୋଜକ ଡ଼ ଚିତ୍ତରଞ୍ଜନ ଖୁଣ୍ଟିଆ ଏହାର ସଫଳତା ପାଇଁ ସମସ୍ତ ରକ୍ତଦାତା, ଅଧ୍ୟାପକ ଓ ସ୍ଵେଚ୍ଛାସେବୀ ମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇ ଥିଲେ ଧନ୍ୟବାଦ ଦେଇଥିଲେ ।