Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରି ନୁଆଁଖାଇ ଖାଇଲେ ପଥର୍ଲା ଗ୍ରାମ ପଞ୍ଚାୟତ ର ବହାଦୁରପଦର ପଲକାପଡା ବାସୀ

କଳାହାଣ୍ଡି, ୧୬/୦୯ (ଜଗନ୍ନାଥ ନାଏକ ) : ପଶ୍ଚିମ ଓଡିଶା ର ଏହି ମହାନ କୃଷି ଭିତିକ ଗଣପର୍ବ ନୂଆଖାଇ | ଏହି ଅବସରରେ ଆଜି ପଥର୍ଲା ବହାଦୁର ପଦର, ସମେତ ପଲକାପଡା ବାସୀ ଏହି ଭାଇଚାରା ର ପର୍ବ ନୂଆଖାଇ କୁ ହସ ଖୁସି ସହିତ ସମ୍ପନ୍ନ କରିଛନ୍ତି | ପୂର୍ବରୁ ନିର୍ଦ୍ଧାରିତ ସମୟ କାଳରୁ ବା ଗଙ୍ଗ ବଂଶୀୟ ରାଜାରାଜୁଡ଼ି ସମୟରୁ ଚାରି ଦଶନ୍ଧି ରୁ ଚାଲିଆସୁଥିବା ପ୍ରତିବର୍ଷ ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟା ପ୍ରତିପଦା ରେ ପଥର୍ଲା ଗୌନ୍ତିଆ ଙ୍କ ଆଦେଶ ରେ ପଶ୍ଚିମ ଓଡିଶା ର ଏହି ମହାନ ଗଣପର୍ବ କୁ ସର୍ବ ପ୍ରଥମେ ପଥର୍ଲା, ବହାଦୁର ପଦର ସମେତ ପଲକାପଡା ବାସିନ୍ଦା ନୂଆଖାଇ ପର୍ବ କୁ ପାଲନ କରିଥାନ୍ତି | ପୂର୍ବରୁ ନିର୍ଦ୍ଧାରିତ ସମୟ ହିସାବରେ ଏହି ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବା ଦେବୀ ମାନଙ୍କ ଠାରେ ନବାନ୍ନ ଭୋଗ ଯଥା ନୂଆ ଧାନ ର ନୂଆ ଚୁଡା କୁରେ ପତର ର ଉପରେ ଗୁଡ଼ ସହିତ ନୂଆ ଚୁଡା କୁ ଭୋଗଲାଗିଲା | ଗ୍ରାମର ମୁଖ୍ୟ ପୂଜକ ଙ୍କ ଘରେ ନୂଆ ଧାନ ନୂଆ ଚୁଡା ସମେତ କୁରେ ପତର ସହ କ୍ଷୀରି ପିଠା ପଣା ଆଦି ଗ୍ରାମର ଇଷ୍ଟ ଦେବାଦେବୀ ଙ୍କ ପାଖେ ଭୋଗ ଅର୍ପଣ ହେଲେ ଏହା ପରେ ଘରେ ଘରେ ଲୋକେ ନୂଆଖାଇ ପାଲନ କରିଛନ୍ତି |ଏହା ପରେ ଘରେ ପ୍ରସ୍ତୁତ ହୋଇଥିବା ନବାନ୍ନ କୁ ବୟୋଜ୍ୟେଷ୍ଠ ଙ୍କ ହାତ ରୁ ନବାନ୍ନ ପ୍ରସାଦ ଖାଇସାରିଲା ପରେ ପ୍ରତ୍ୟେକ ଲୋକ ନୂଆ କପଡା ପିନ୍ଧି ଜୁହାର ଭେଟଘାଟ ର କାର୍ଯ୍ୟକ୍ରମ ହୋଇଥିବା ବେଲେ ଛୋଟଛୋଟ ଛୁଆ ମାନେ ବୟସ୍କ ଲୋକଙ୍କୁ ପ୍ରଣିପାତ କରିଛନ୍ତି | ଏହି ଅବସରରେ ଦୂରଦୁରାନ୍ତ ରୁ ନିଜ ସମ୍ପର୍କୀୟ ମାନେ ନିଜ ଘର କୁ ଆସି ବେଶ ଖୁସି ମୌଜା ରେ ନୂଆଖାଇ ପାଲନ କରିଥିବା ବେଳେ ପାରମ୍ପରିକ ହିସାବରେ ବାଦ୍ୟ ଯନ୍ତ ଘୁମୁରା ର ତାଳେ ତାଳେ ସମଗ୍ର ଗ୍ରାମ ର ଜନସାଧାରଣ ମା ଭଉଣୀ ଏକତ୍ରିତ ହୋଇ ନୂଆଖାଇ ଉପଭୋଗ କରିବା ସହ ପଶ୍ଚିମ ଓଡିଶା ରୁ ସର୍ବ ପ୍ରଥମେ ପଥର୍ଲା, ବହାଦୁରପଦର, ପଲକାପଡା ଗ୍ରାମ ବାସୀ ନୂଆଖାଇ ସାରି ଛୋଟ ରୁ ବଡ଼ ସମସ୍ତେ ଅନେକ ଖୁସି ମତ ପ୍ରକାଶ କରୁଛନ୍ତି | ଏହା ସହ ପଶ୍ଚିମ ଓଡିଶା ର ଘରେ ଘରେ ହୋଉଥିବାରୁ ପଶ୍ଚିମ ଓଡିଶା ର କୃଷି ଭିତିକ ମହାନ ଗଣପର୍ବ ବା ଭାଇଚାରା ର ବୋଲି ସମଗ୍ର ଦେଶ ରେ ବେଶ ସୁନାମଧନ୍ୟ ଅର୍ଜନ ହୋଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ