କଳାହାଣ୍ଡି,୧୬/୦୯-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରରେ ଭାରସାମ୍ୟ ହରାଇ ପାଗଳପ୍ରାୟ ଘୁରି ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ସଫାସୁତୁରା କରିବା ସହିତ ନୂଆ ପୋଷାକ ପିନ୍ଧାଇ ଉଦାହରଣ ସ୍ରୁଷ୍ଟି କରିଛନ୍ତି ଦୁଇଜଣ ବ୍ୟକ୍ତିବିଶେଷ ! ଜଣେ ହେଉଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ ଓ ଅନ୍ୟ ଜଣେ ହେଉଛନ୍ତି ପୂର୍ବତନ ବିସିସିବି ବ୍ୟାଙ୍କ କର୍ମଚାରୀ ତଥା ସମାଜସେବୀ ଓ ବିଶ୍ବନାଥପୁର ତ୍ରିନାଥ ମନ୍ଦିର ପରିଚାଳନା କମିଟିର ସଭାପତି ମନୋରଞ୍ଜନ ବିଶି ! ଦୁଇଜଣ ମିଶି ଆଜି ପର୍ଶୁରାମ ନାମକ ଜଣେ ପାଗଳକୁ ଉଦ୍ଧାର ତାର କେଶ କଟାଇ ସଫା କରିବା ପରେ ଗାଧୁଆପାଧୁଆ କରାଇ ନୂଆ ପୋଷାକ ପିନ୍ଧିବାକୁ ଦେଇଥିଲେ ! ଏହାସହିତ ଖାଇବା ପିଇବାକୁ ଦେଇଥିଲେ ! ଉଭୟଙ୍କ ଏଭଳି ମହତ୍ କାମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି ! ଉଭୟଙ୍କ ଏଇ କାମରେ ବନବିହାରୀ ଦଳେଇ ଓ ପ୍ରମୋଦ ବାରିକ ସହାୟତା କରିଥିଲେ !