Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ

କଳାହାଣ୍ଡି, ୧୭/୦୯ : କଳାହାଣ୍ଡି ଜିଲ୍ଲା ଅନେକ ଅନୁସୂଚିତ ଜାତି, ଅନୁସୂଚିତ ଜନ ଜାତି ବିଦ୍ୟାଳୟ ପରିସରରେ ପ୍ୟାରେନ୍ସ ଏବଂ ପାଟନର ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଆମପାନି ଆଶ୍ରମ ବିଦ୍ୟାଳୟ ପରିସର ରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଙ୍କ ସଭାପତି ତ୍ୟ ରେ ବିଦ୍ୟାଳୟ ସମସ୍ତ ଅଭିଭାବକ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା ଅନୁଷ୍ଠିତ ସଭା ରେ ମୁଖ୍ୟ ଅଥିତି କୋକସରା ଡ଼ବ୍ଲୁ.ଇ.ଓ. ଶ୍ରୀଯୁକ୍ତ ଆକାଶ କୁମାର ଦିଗାଲ, ମୁଖ୍ୟ ବକ୍ତା ଶିକ୍ଷା ନିରୀକ୍ଷକ କଳାହାଣ୍ଡି ଜୋନ କମଳା କାନ୍ତ ପ୍ରହରାଜ, ସମ୍ମାନୀତ ଅତିଥି ତିଳୋତ୍ତମା ନାୟକ, କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରତାପ କୁମାର ତ୍ରିପାଠୀ, ପ୍ରମୁଖ ମଞ୍ଚଷିନ ଥିଲେ। ଅନୁଷ୍ଠିତ ସଭା ରେ ଶିକ୍ଷା ର ଅଗ୍ରଗତି ପାଇଁ ଅଭିଭାବକ ମାନକ ସହଯୋଗ ହେଲେ ଶିକ୍ଷା ର ଅଗ୍ରଗତି ହୋଇ ପାରିବ, ବିଦ୍ୟାଳୟ କୁ ଆସୁଥିବା ଅନୁଦାନ କିଭଳି ବିନିଯୋଗ ହେଉଛି ଜଣାଇବା କିଭଳି ପଦକ୍ଷେପ ଆହୁରି ଉନତ ହେଇପାରିବ ଆଲୋଚନା କରାଯାଇଥିଲା। ପରିଶେଷେ ରେ ଛାତ୍ରୀ ମନକୁ ନେଇ ଝୋଟି ପ୍ରତିଯୋଗିତା, ଛାତ୍ର ଛାତ୍ରୀ ବିଭିନ୍ୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଜୟୀ ପ୍ରତିଯୋଗୀ ମାନ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ୪୭୫ ଛାତ୍ର ଛାତ୍ରୀ, ୧୩ଜଣ ଶିକ୍ଷକ, ସମସ୍ତ ଅଭିଭାବକଙ୍କ ଉପସ୍ଥିତି ରେ ବିଦ୍ୟାଳୟ ପରିସର ଆନନ୍ଦ ମୟ ପରିବେଶ ସୃଷ୍ଟି ହୋଇ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ