Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସୋନପୁର – ସମ୍ବଲପୁର ମୂଖ୍ୟ ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ମେଟାକାନୀ ଛକ ନିକଟରେ ଅବକାରୀ ବିଭାଗ ଶନିବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଚଢଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ଏଥିସହ ତାଙ୍କ ପାଖରୁ ୬ କେଜି ଗଞ୍ଜେଇ ସମେତ ଚୋରାଚାଲାଣରେ ବ୍ୟବହୃତ ଏକ ବାଇକ ଜବତ କରିଥିବା ଜଣାପଡିଛି । ଏହି ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା କାଳିନଗର ଗ୍ରାମର ମେଘରାଜ ବେହେରା (୩୩) ଏବଂ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଭାଲୁପାଲି ଅଂଚଳର ଦିବାକର ପ୍ରଧାନ (୫୭)ଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି । ସୂଚନା ଅନୁଯାୟୀ ଉକ୍ତ ଦୁଇ ଅଭିଯୁକ୍ତ ଏକ ଟିଭିଏସ ଜୁପିଟର (ଓଡି-୧୫ଭି-୭୧୪୫) ଯୋଗେ ସୋନପୁର ପଟୁ ସମ୍ବଲପୁର ଅଭିମୁଖେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା । ପରେ ମେଟାକନୀ ଛକ ନିକଟରେ ଚଢଉ କରି ଅଭିଯୁକ୍ତଙ୍କ ପାଖରୁ ଗଞ୍ଜେଇ ସମେତ ବାଇକ ଜବତ କରିଥିବା ବେଳେ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ଅବକାରୀ ସବ୍ ଇନ୍ସପେକ୍ଟର ସୁମିତ୍ରା ବେହେରାଙ୍କ ନେତୃତ୍ୱରେ ଚଢଉ କରାଯାଇଥିଲା ।