Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କ୍ରବ ଟାଇଫସ ବିପଦ କୁ ସଚେତନ ରହିଲେ ଦୁରେଇ ହେବ : ଡ଼ା.ପୂର୍ଣ୍ଣଚନ୍ଦ୍ର ପଣ୍ଡା

କଳାହାଣ୍ଡି, ୧୭/୦୯ (ଜଗନ୍ନାଥ ନାଏକ) : ସଂପ୍ରତି କଳାହାଣ୍ଡି ସମେତ ରାଜ୍ୟରେ ସ୍କ୍ରବ ଟାଇଫସ କୁ ନେଇ ଆତଙ୍କ ଦେଖାଦେଇଛି । ସ୍କ୍ରବ ଟାଇଫସ ର ଚିକିତ୍ସା ସରଳ ଏବଂ ଫଳପ୍ରଦ ହୋଇଥିବାରୁଏଥିନେଇ ଆତଙ୍କିତ ନ ହୋଇ ବରଂ ସଚେତନ ସହ ଯତ୍ନବାନ ହେବାକୁ କରୋନା କାଳରେ ଉତ୍କୃଷ୍ଟ ସେବାଯୋଗାଇ ଜାତୀୟ ସ୍ତରରେ ଚର୍ଚ୍ଚା କୁ ଆସିଥିବା ଲୋକପ୍ରୀୟ ଡ଼ା.ପୂର୍ଣ୍ଣଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି। ଡ଼ା.ପଣ୍ଡା ସମସ୍ତଙ୍କୁ ସଚେତନ କରି କହିଛନ୍ତି କି ସ୍କ୍ରବ ଟାଇଫସ ଏକ କୀଟ ବାହିତ ସଂକ୍ରାତ୍ମକ ରୋଗ ଯାହାକି ସଂକ୍ରମିତ କୀଟ(ଚିଗର)କାମୁଡିବା ଦ୍ୱାରା ଏହିରୋଗ ମଣିଷକୁ ହୋଇଥାଏ।କାମୁଡିବା ସ୍ଥାନରେ ଲାଲ ପଡ଼ି ଘା’ ହୁଏ ଓ ଏହାର ମଧ୍ୟବର୍ତ୍ତୀ ଅଞ୍ଚଳ କଳା ପଡ଼ିଯାଏ । ଏହା ସହିତ ଅତ୍ୟଧିକ ଜ୍ୱର, ମୁଣ୍ଡବିନ୍ଧା, ଦେହହାତ ଘୋଲାବିନ୍ଧା, ପେଟବ୍ୟଥା, ବାନ୍ତି ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ଭଳି ଲକ୍ଷଣ ଦେଖାଯାଇଥାଏ। ଡ଼ା.ପଣ୍ଡା ପରାମର୍ଶ ଦେଇ କହିଛନ୍ତି ଏହାର ଚିକିତ୍ସା ପ୍ରାଥମିକ ଅବସ୍ଥାରେ ସରଳ ଏବଂ ଫଳପ୍ରଦ ଯାହାକି ସମସ୍ତ ଡାକ୍ତରଖାନାରେ ଉପଲବ୍ଧ । ଯଦି ଏହାକୁ ଅବହେଳା ବା ଅଣଦେଖା କରନ୍ତି ତେବେ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିବା ସହ ରୋଗୀର ଅବସ୍ଥା ସଙ୍କଟାପନ୍ନ ଯେମିତିକି ରୋଗର ଯକୃତ, ବୃକକ୍ ଆଦି ଆକ୍ରାନ୍ତ ହୋଇପାରେ। ତେଣୁ ପ୍ରଥମରୁ ଚିକିତ୍ସିତ ହୋଇଯିବା ଦରକାର ।
ଏଥିସହ ଡ଼ା.ପଣ୍ଡା ସଚେତନ କରି କହିଛନ୍ତି କି ବିଲବାଡି, ଜଙ୍ଗଲ ତଥା ନିଜ ବଗିଚାକୁ ଯିବାବେଳେ ଶରୀରକୁ ଭଲଭାବେ ଘୋଡାଇହେବା,ଗୃହପାଳିତ ପଶୁପକ୍ଷୀ ରହୁଥିବା ସ୍ଥାନ କୁ ପରିଷ୍କାର ରଖିବା, ଘର ଚାରିପାଖରେ ବୁଦା ଓ ଗଛଲତା ଉପରେ କୀଟ ନାଶକ ସ୍ପ୍ରେ କରିବା ସହ ସଂକ୍ରମିତ କୀଟ କାମୁଡ଼ିବାର ଭୟ ଥିବାରୁ ଭୂଇଁ ଉପରେ ନ ଶୋଇବାକୁ ଡ଼ା ପଣ୍ଡା ପରାମର୍ଶ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ କି ଡ଼ା.ପୂର୍ଣ୍ଣଚନ୍ଦ୍ର ପଣ୍ଡା ହଜାର ହଜାର କରୋନା ଆକ୍ରାନ୍ତ ଙ୍କୁ ଉତ୍କୃଷ୍ଟ ସେବାଯୋଗାଇ ସମଗ୍ର ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚା କୁ ଆସିବା ସହ ଶତାଧିକ ସଂସ୍ଥା ସଂଗଠନ ଦ୍ବାରା ସମ୍ମାନୀତ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ