Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେରିୟାର ଜୟନ୍ତୀରେ ‘ସମାଜ ସଂସ୍କାରର ଆବଶ୍ୟକତା” ଶୀର୍ଷକ ଆଲୋଚନା ଚକ୍ର

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ପରିସରରେ ସମଲେଶ୍ଵରୀ ନର୍ସିଂ ସ୍କୁଲର ଛାତ୍ରୀ ସୁଶ୍ରୀ ସାବିତ୍ରୀ ଡୁଡୁମଙ୍କ ସଭାପତିତ୍ୱରେ ବିଶିଷ୍ଟ ସମାଜ ସଂସ୍କାରକ ପେରିୟାରଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ “ସାଂପ୍ରତିକ ସମୟରେ ସମାଜ ସଂସ୍କାରର ଅବଶ୍ୟକତା “ଶୀର୍ଷକ ଉପରେ ଆଲୋଚନାଚକ୍ର ଅନଷ୍ଠିତ ହୋଇଥିଲା।ଏଥିରେ ଅବସରପରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପେରିଆର୍ ଙ୍କ ତୈଳ ଚିତ୍ରରେ ପୁଷ୍ପର୍ଘ୍ୟ ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ଭକ୍ତି ନାମରେ ସମାଜରେ କୁସଂସ୍କାର ବଢ଼ି ଚାଲିଛି, ଏଣୁ ଏହାର ସଂସ୍କାର ପାଇଁ ସମାଜ ସଂସ୍କାରକ ଗଣ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭରେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦର ଉପସଭାପତି ରମେଶ ପ୍ରଧାନ ସ୍ୱାଗତ ଭାଷଣ ଓ ଦିବସର ମହତ୍ତ୍ଵ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମମତା କଣ୍ଡୁଲାନା, ନିକିତା କିସାନ, ମିନାକ୍ଷୀ ଲୁହା, ତୀକିତା ବାଘ, ସୁନିତା ଲାକଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସମାଜ ସଂସ୍କାରର ଅବଶ୍ୟକତା ସଂପର୍କରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଶେଷରେ ସୁଶ୍ରୀ ମମତା କଣ୍ଡୁଲାନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଇଞ୍ଜିନୀୟର ରୁଦ୍ରନାରାୟଣ ପ୍ରଧାନ, ରମାବିତି ବାଡା, ଲଳିତା ଭୁକ୍ତା, ବର୍ଷା ନାୟକ, ନନ୍ଦିତା ସୂନାନି, ଲିପି ପାତ୍ର ପ୍ରମୁଖ ଅୟୋଜନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ