Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଧାୟକଙ୍କ ଦ୍ଵାରା ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ କଲ୍ୟାଣ ସହାୟତା ବଣ୍ଟନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ରବିବାର ଦିନ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱକର୍ମା ଜୟନ୍ତୀ ଅବସରରେ ୫୨୦ଜଣ ନିର୍ମାଣ ଶ୍ରମିକ ଙ୍କୁ ଶିକ୍ଷା ସହାୟତା , ବିବାହ କାଳୀନ ସହାୟତା , ପ୍ରସୂତି କାଳୀନ ସହାୟତା , ମୃତ୍ୟୁ କାଳୀନ ସହାୟତା ଆଦି ପ୍ରଦାନ କରିଛନ୍ତି l ଏହି ବାବଦ କୁ ୩ କୋଟି ୧୫ଲକ୍ଷ ୯୨ ହଜାର ଟଙ୍କା ର ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରାଯାଇ ଥିଲା । ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାକା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଜୋନ -୨ ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା , ରାଜସ୍ବ ଅଧିକାରୀ ଅଜିତ ମିର୍ଦ୍ଧା , ବୀରମହାରାଜପୁର ବିଡ଼ିଓ ମୋତିଲାଲ ସୁଲିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସର ରେ ଶ୍ରମିକ ନେତା ଗୋବିନ୍ଦ ମହାରଣା ଶ୍ରମିକମାନେ ସରକାରଙ୍କ ଠାରୁ ପାଉଥିବା ସହାୟତା ରେ ଯେମିତି କେହି କୌଣସି ଅସୁବିଧା ର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବିଭାଗ ଯତ୍ନବାନ ହେବା କଥା ବୋଲି ମନ୍ତବ୍ୟ ଦେଇଥିଲେ । ସହାୟତା ପାଇଥିବା ହିତାଧିକାରୀ ଶ୍ରମିକମନେ ସରକାରଙ୍କ ଉକ୍ତ ଯୋଜନା କୁ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଏକ ହଜାର ରୁ ଉର୍ଦ୍ଧ୍ଵ ଶ୍ରମିକ ଯୋଗ ଦେଇଥିବାବେଳେ ସମସ୍ତ ଶ୍ରମିକ ସଂଗଠନ ର କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ I