Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ଆରମ୍ଭ ହେଲା ସଂସଦର ସ୍ଵତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ସଂସଦର ସ୍ଵତନ୍ତ୍ର ଅଧିବେଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣରୁ ଆରମ୍ଭ ହୋଇ ଯାଇଛି। ପିଏମ ମୋଦୀ ନିଜ ଭାଷଣରେ ଅନେକ ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି। ପୁରୁଣା ସଂସଦ ଭବନ ସହିତ ଅନେକ ସ୍ମୃତି ଜଡ଼ିତ ରହିଛି ଏବଂ ଏହାକୁ ଛାଡ଼ି ନୂତନ ଭବନକୁ ଯିବା ଏକ ଭାବୁକ ମୁହୂର୍ତ୍ତ। ଏଥିସହ ପିଏମ ମୋଦୀ ଚନ୍ଦ୍ରଯାନ-୩ର ସଫଳ ଅବତରଣ ଓ ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ଉପରେ ମଧ୍ୟ ଆଲୋକପାତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ମୁନ ମିଶନର ସଫଳତାରେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଆମର ତ୍ରିରଙ୍ଗା ଉଡ଼ାଉଛି। ଶିବଶକ୍ତି ପଏଣ୍ଟ ପ୍ରେରଣାର କେନ୍ଦ୍ର ପାଲଟିଛି। ସେହପିରି ଜି-୨୦ ସମ୍ମିଳନୀ ଦେଶର ବିବିଧତାର ଉତ୍ସବ ପାଲଟି ଯାଇଛି। ଭାରତ ସର୍ବଦା ଗର୍ବ କରିବ ଯେ, ଆମେ ବିଶ୍ଵରେ ଏକ ଗୁରୁତ୍ଵପୂର୍ଣ୍ଣ ସ୍ଵର ପାଲଟିଛୁ। ଆଫ୍ରିକନ ୟୁନିୟନକୁ ସ୍ଥାୟୀ ସଦସ୍ୟତା ଓ ଘୋଷଣାପତ୍ରରେ ସହମତି ଭାରତର ଉଜ୍ଜ୍ଵଳ ଭବିଷ୍ୟତର ସଙ୍କେତ ଦେଉଛି।

ସେ କହିଛନ୍ତି, ଏହି ଅଧିବେଶନ ବହୁତ ଛୋଟ ମାତ୍ର ଐତିହାସିକ ନିଷ୍ପତ୍ତିର ଅଧିବେଶନ ପାଲଟିବ। ଏହି ସମୟରେ ସେ ବିରୋଧୀଙ୍କୁ ମଧ୍ୟ ଆକ୍ଷେପ କରି କହିଛନ୍ତି, କାନ୍ଦ ବୋବାଳି ପାଇଁ ଆହୁରି ବହୁତ ସମୟ ରହିଛି। ଏହି ଅଧିବେଶନକୁ ସଫଳ କରିବା ଓ ଗୃହକାର୍ଯ୍ୟରେ ଉପସ୍ଥିତ ରହି ସମୟ ଦେବାକୁ ସେ ସାଂସଦମାନଙ୍କୁ ଅପିଲ୍ କରିଛନ୍ତି।

ସାମ୍ବାଦିକଙ୍କ ବିଷୟରେ ମୋଦୀ କହିଛନ୍ତି, ସଂସଦର ଗୃହକାର୍ଯ୍ୟ ଲୋକଙ୍କ ନିକଟକୁ ପହଞ୍ଚାଇବାରେ ସାମ୍ବାଦିକଙ୍କ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିଛି। ଯେଉଁ ସାମ୍ବାଦିକମାନେ ସଂସଦର ଖବର ପ୍ରସାରଣ କରିଛନ୍ତି, ବୋଧହୁଏ ମୁଁ ସେମାନଙ୍କର ନାଁ ଜାଣି ନାହିଁ। ମାତ୍ର ସେମାନଙ୍କର କାମକୁ ଭୁଲାଯାଇ ପାରିବ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ