ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଳା ପଞ୍ଚାୟତର କାନପୁର ସ୍ଥିତ ମାହେଶ୍ୱରୀ ମନ୍ଦିର ର ପୂଜକ ମୋହନ ଚାନ୍ଦ(୮୮)ଙ୍କ ନିଜ ଲାତୁରପେଟ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି l ସେ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ମୋହନ ଚାନ୍ଦ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟଧରି କାନପୁର ମହେଶ୍ୱରୀ ମନ୍ଦିରର ପୂଜକ ଭାବେ କାର୍ଯ୍ୟ ତୁଳାଇ ଆସୁଥିଲେ l ସେ ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ପିଅନ ଭାବରେ ଚାକିରୀ ଆରମ୍ଭକରି ବୀରମହାରାଜପୁର ତହସିଲ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସର ଗ୍ରହଣ କରିଥିଲେ l ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ସରକାରୀ ଚାକରି ଭିତରେ ସେ ବିଭିନ୍ନ ଅଧିକାରୀ ଓ ଲୋକଙ୍କର ପ୍ରିୟପାତ୍ର ହୋଇପାରିଥିଲେ l ବିଶେଷକରି ଆଜିର ଆଧୁନିକ ଯୁଗରେ ମଧ୍ୟ ତାଙ୍କର ମାଗଣା ବସନ୍ତ ଓ ହାଡ଼ଫୁଟି ରୋଗର ଚିକିତ୍ସାରେ ସମଗ୍ର ଜିଲ୍ଲାର ହଜାର ହଜାର ଲୋକ ଭଲ ହୋଇଛନ୍ତି l ଗତ ୧୪ ତାରିଖ ଅପରାହ୍ନ୍ନ ସମୟରେ ତାଙ୍କର ପରଲୋକ ହୋଇଯାଇଥିଲା l ମୃତ୍ୟୁ ସଜ୍ୟା ନିକଟରେ ୫ ପୁତ୍ର ଓ ପୁତ୍ର ବଧୂ , ତିନି ଝିଅ ଓ ଜ୍ୱାଇଁଙ୍କ ସମେତ ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l ମୋହନ ଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
କାନପୁର ମାହେଶ୍ଵରୀ ମନ୍ଦିରର ପୂଜକ ମୋହନ ଚାନ୍ଦ ଙ୍କ ପରଲୋକ
