Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ହସ ଉଲ୍ଲାସରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

ଚିପିଲିମା,ବିଭିନ୍ନ ସ୍ଥାନରେ ହସ ଉଲ୍ଲାସରେ ବିଶ୍ବକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି।ସମ୍ବଲପୁର ବୁର୍ଲାଥାନା ଚିପିଲିମା ଶକ୍ତିକେନ୍ଦ୍ରରେ ବିଶ୍ବକର୍ମା ପୂଜା ଅନୁଷ୍ଠିତ ହୋଇଯାଇଥିବାବେଳେ,ସମସ୍ତ ପୂଜାକାର୍ଯ୍ୟକୁ ପଣ୍ଡିତ
ବୈରାଗିଚରଣ ମେହେର ପରିଚାଳନା କରିଥିଲେ।କର୍ତା ଭାବରେ ଇଂ ଦିଲୀପ କୁମାର ସ୍ବାଇଁ ଦାୟିତ୍ବ ସଂପାଦନ କରିଥିଲେ।ସହଶ୍ରାଧିକ ଦର୍ଶକମାନଙ୍କ ସମାଗମରେ ଅନୁଷ୍ଠିତ ବିଶ୍ବକର୍ମା ପୂଜାରେ ବୁର୍ଲାପୋଲିସ ପକ୍ଷରୁ
ପୋଲିସଫୋର୍ସ ମୁତୟନ ଥିଲେ।ପୂଜାକମିଟି ସଭାପତି ଇଂ ଗୋପିନାଥ ପାଢୀ ,ସଂପାଦକ ଶିବଶଙ୍କର ତିଓ୍ବାରୀ,କୋଷାଧକ୍ଷ ଧନମାଳି ଛୁରିଆ ଙ୍କ ତତ୍ବାବଧାନରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବୁର୍ଲାଥାନା ପକ୍ଷରୁ ଫୋର୍ସ ମୁତୟନ ଥିଲେ।ସେହିପରି ଚିପିଲିମା ଅଞ୍ଚଳରେ ଗୋଶାଳା ଟେକ୍ସି ଷ୍ଟାଣ୍ଡ,ଗୋଶାଲା ଗ୍ରୀଡ,ଓମଫେଡ,ଏସଏଲବି ଫାର୍ମ,ଗୋବିନ୍ଦପାଲି ଗ୍ରିଡ,ଭଳି ବିଭିନ୍ନ ସ୍ଥାନରେ ମଧ୍ୟ ହସ ଉଲ୍ଲାସରେ ପୂଜା ଅନୁଷ୍ଠିତ ହୋଇଯାଇଛି।ପ୍ରତ୍ୟେକ ସ୍ଥାନରେ ଭଜନ କୀର୍ତ୍ତନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।