ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୃଷ୍ଣଚନ୍ଦ୍ର ଙ୍କୁ ହତ୍ୟା କରିଥିବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ଉଲୁଣ୍ଡା ପୋଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ରାଜନଗର ଅଞ୍ଚଳରୁ ନିଖୋଜ ଥିବା କ୍ରୁଷ୍ଣଚନ୍ଦ୍ର ଙ୍କୁ ହତ୍ଯା କରାଯାଇଥିବା ଜଣାପଡିଛି । ମଙ୍ଗଳବାର ଏନେଇ ଉଲୁଣ୍ଡା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୂଚନା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମର କ୍ରୁଷ୍ଣଚନ୍ଦ୍ର ଭୋଇ ଗତ ୧୪ ତାରିଖ କୌଣସି କାମରେ ରାଜନଗର ଅଞ୍ଚଳକୁ ଆସିଥିଲେ । ମାତ୍ର ଦୁଇଦିନ ଧରି ଘରକୁ ଯାଇନଥିବା ବେଳେ ତାଙ୍କ ଫୋନ ମଧ୍ଯ ବନ୍ଦ ରହିଥିଲା । ଏନେଇ ପରିବାର ଲୋକ ଉଲୁଣ୍ଡା ଥାନାରେ ୧୭ ତାରିଖ ଦିନ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରାଜନଗର କୁକୁଡାଧୋଡ ମହାନଦୀ ଘାଟରୁ ପୁଲିସ ଏକ ଗଳିତ ଶବର ହାତ ପାପୁଲି ଚମଡା , ପାଦର ଚମଡା ଏବଂ କିଛି କେଶ ଆଦି ର ଅଂଶବିଶେଷ ଉଦ୍ଧାର କରିବା ପରେ ତଦନ୍ତ ପ୍ରକ୍ରିୟାକୁ ଯୋରଦାର କରିଥିଲା । କ୍ରୁଷ୍ଣଚନ୍ଦ୍ର ଙ୍କ ପୁଅ ମାହାନା ଭୋଇଙ୍କ ଅଭିଯୋଗ ଅନୁସାରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପରେ ତଦନ୍ତ ସମୟରେ କ୍ରୁଷ୍ଣଚନ୍ଦ୍ରଙ୍କ ରାଜନଗର ଗ୍ରାମର ଦିଲ୍ଲୀପ ମାଝିଙ୍କ ସହିତ ପୁରୁଣା ଶତ୍ରୁତା ଥିବା ଜଣାପଡିଥିଲା । ଗତ ଜୁନ ମାସ ୨୦ ତାରିଖ ଦିନ କୌଣସି ଏକ ଘଟଣା କୁ ନେଇ କ୍ରୁଷ୍ଣଚନ୍ଦ୍ର ଭୋଇ ରାଜନଗର ଗ୍ରାମର ଦିଲ୍ଲୀପ ମାଝିଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ନେଇ ଉଲୁଣ୍ଡା ଥାନାରେ ଏକ ଅଭିଯୋଗ ହୋଇଥିଲା । ସେଇ ଘଟଣାକୁ କେନ୍ଦ୍ର କରି ପୁର୍ବ ଶତୃତା ରଖି ରାଜନଗର ଗ୍ରାମର ଦିଲ୍ଲୀପ ମାଝି( ୩୫) ତାଙ୍କ ଭାଇ କାର୍ତ୍ତିକ ମାଝି (୨୫) ଏବଂ ତାଙ୍କ ଜଣେ ସମ୍ପର୍କିୟ ଭାଇ ଜିତେନ୍ଦ୍ର ଧରୁଆ (୨୮) ମିଶି କ୍ରୁଷ୍ଣଚନ୍ଦ୍ରଙ୍କୁ ହତ୍ଯା କରିଥିବା ପୁଲିସ ଜାଣିବାକୁ ପାଇଥିଲା । ଜାଣିବା ପରେ ଉଲୁଣ୍ଡା ଥାନା ପୁଲିସ , ସାଇଣ୍ଟିଫିକ ଟିମ ଏବଂ ଡଗସ୍କୋଆର୍ଡ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରେସନ୍ କରିଥିଲା । ତେବେ ଉକ୍ତ ଅଭିଯୁକ୍ତ ମାନେ ହତ୍ଯା କରିଥିବା ଜାଣିବା ପରେ ସେମାନଙ୍କୁ ଆଜି ଗିରଫ କରି ପୁଲିସ କୋର୍ଟ ଚାଳାଣ କରିଛି । ଅନ୍ଯପଟେ ହତ୍ଯାର ଚାରିଦିନ ପରେ ଅଭିଯୁକ୍ତ ମାନେ ମ୍ରୁତ ଦେହକୁ ପାଣିରେ ଭଷାଇ ଦେଇଥିବା ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା । ଫଳରେ ଏବେ ଯାଏଁ ଶବକୁ ପୁଲିସ ପାଇନଥିବା ବେଳେ ଶବ ବିଷୟରେ ଅନ୍ଯ ଥାନା ମାନଙ୍କରେ ମଧ୍ଯ ସୂଚନା ଦେବା ସହିତ ଉଲୁଣ୍ଡା ଥାନା ପୁଲିସ ମଧ୍ଯ ଖୋଜାଖୋଜି କରୁଥିବା ଜଣାପଡିଛି ।