Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧର୍ମଗଡ଼ କୁ ଜିଲ୍ଲା ଦାବି ଗଣଧାରଣା ; ସମର୍ଥନରେ ବସି ଲେ ଧର୍ମଗଡ଼ ମୁସଲିମ ସୁନ୍ନି ଜମାତ କମିଟି ଧର୍ମଗତ ମୁସଲିମ ସୁନ୍ନି ଜମାତ କମିଟି ପକ୍ଷରୁ

କଳାହାଣ୍ଡି, ୧୯/୦୯ : ଧର୍ମଗଡ ସମର୍ଥନରେ ବସିଲେ ଧର୍ମଗତ ମୁସଲିମ ସୁନ୍ନି ଜମାତ କମିଟି ଧର୍ମଗଡ଼ ମୁସଲିମ ସୁନ୍ନି ଜମାତ କମିଟି ପକ୍ଷରୁ ଧର୍ମଗଡ଼ ଜିଲ୍ଲା ଗଠନ ଆଜି ଦିନରେ ୨୩ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣଧାରଣା ରେ ବସିଥିବା ବେଳେ ୧୯୯୨ ମସିହାରେ ଵୀରସିପକା ଧର୍ମଗତ ବିଧାୟକ ଥିବା ସମୟରେ ଓଡ଼ିଶାର ତତ୍ କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖରେ ଥିବା ପଡ଼ିଆରେ ଏକ ଜନ ସମାବେଶ ରେ ଯୋଗ ଦେଇ ଇତି ମଧ୍ୟରେ ୩୦ ବର୍ଷ ବିତିଗଲାଣି କିନ୍ତୁ ଧର୍ମଗଡ଼ ଉପଖଣ୍ଡ ଜିଲ୍ଲା ମାନ୍ୟତା ର ପାଇ ନାହିଁ। ଧର୍ମଗଡ଼ ଉପଖଣ୍ଡ କୁ ଶିଘ୍ର ଜିଲ୍ଲା ଘୋଷଣା କରିବା ପାଇଁ ଧର୍ମଗତ ମୁସଲିମ ସୁନ୍ନି ଜମାତ କମିଟି ର ସଭାପତି ରଫିଉଦ୍ଧିନ ଖାଁ ଦାବି କରିଥିଲେ। ଏହି ଗଣଧାରଣା ରେ ମୁସଲିମ ସୁନ୍ନି ଜମାତ କମିଟି ର ସଂପାଦକ ଆଫ୍ରୋନ ଅହମ୍ମଦ ଉପ ସଭାପତି ଶେଖ ଵରଜିତ ଅଲ୍ଲୀ ସହ କୋଷାଧ୍ୟକ୍ଷ ଅଫଜଲ ଖାଁ ଓ ଯୁଗ୍ମ କୋଷାଧ୍ୟକ୍ଷ ମହମ୍ମଦ ରଜାକ ସମେତ ପୂର୍ବତନ ସଭାପତି ଅବଦୁଲ ରେହେମାନ ପୂର୍ବତନ ସମ୍ପାଦକ ଇସଲାମ ମହମ୍ମଦ ମୁସ୍ତାକ ଓ ଅବଦୁଲ ହାରୁନ ମହମ୍ମଦ ରାଜକ ମହମ୍ମଦ ତାହିଲ ମହମ୍ମଦ ସେହେଵାକ ପ୍ରମୁଖ ଯୋଗ ଦେଇଥିଲେ ଧର୍ମଗଡ଼ କୁ ଜିଲ୍ଲା ଦାବି ପ୍ରଦାନ କୁ ଦେହଲାଇଥିଲେ। ଧର୍ମଗଡ଼ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ଓକିଲ ପ୍ରେମଲାଲ ସାଗର ପରିଚାଳନା କରୁଥିବା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଡମ୍ବରୁଧର ଲହଜ ରତନ ନାଏକ ଦିଗାମ୍ବର ଦୁରିଆ ସନ୍ତୋଷ ପାଢ଼ୀ ଡାକେଶ୍ଵର ଲହଜଲ ସୌମ୍ୟରଞ୍ଜନ ନାଏକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ସୂଚନା ଯୋଗ୍ୟ ଯେ ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ରେ ଧର୍ମଗତ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଳିଥିବା ଗଣଧାରଣା ଆଜି ୨୩ ଦିନ ରେ ପହଞ୍ଚିଛି।