ଝାରସୁଗୁଡା ୨୧/୯(ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଝାରସୁଗୁଡା ବ୍ଲକ ରାଜପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆର କଟାପାଲି ଗଣପତି କ୍ଲବ ତରଫରୁ ଚାଲିଥିବା ୨୮ ତମ ମା’ ସମଲେଇ ନୂଆଁଖାଇ ଭେଟଘାଟ୍ ଫୁଟବଲ୍ ପ୍ରତିଯୋଗିତା ବୁଧବାର ଉଦଯାପିତ ହୋଇ ଯାଇଛି । ଫାଇନାଲ ଖେଳ ଷ୍ଟାର ଏକାଦଶ ରାଜପୁର ଓ ତ୍ରିଶା ଏକାଦଶ ସୁନ୍ଦରଗଡ଼ ମଧ୍ୟରେ ହୋଇଥିଲା । ସୁନ୍ଦରଗଡ଼ ଦଳ ୩-୦ ଗୋଲରେ ବିଜୟୀ ହୋଇ ଚଳିତ ବର୍ଷର ଚାମ୍ପିୟାନ ହୋଇଛି । ପୁରସ୍କାର ବିତରଣୀ ଉତ୍ସବରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି, ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ କୁମାର ସାଏ, ବ୍ରଜରାଜନଗର ପୂର୍ବତନ ନଗରପାଲ ନନ୍ଦ କିଶୋର ଅଗ୍ରୱାଲ, ଝାରସୁଗୁଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ଵନାଥ ନାୟକ, ରାଜପୁର ସରପଞ୍ଚ ସରସ୍ବତୀ ନାୟକ, ଗୌଡ଼ମାଲ ସରପଞ୍ଚ ରାଜକୁମାର ସାଏ, ଚନ୍ଦିନୀମାଲ ସରପଞ୍ଚ ଲକ୍ଷ୍ମୀଧର ମିଶ୍ର, ଲୋଇସିଂହ ସରପଞ୍ଚ ସନାତନ ରୋହିଦାସ, ମରାକୁଟା ସରପଞ୍ଚ ଲିଲି ତନ୍ତୀ, ସାନଘୁମୁଡ଼ା ସରପଞ୍ଚ ବୁଦ୍ଧଦେବ ଭୋଇ, ରାଜପୁର ପୂର୍ବତନ ସମିତି ସଭ୍ୟ ଗଣେଶ ବାଗ, ସମିତି ସଭ୍ୟା ସସ୍ମିତା ତନ୍ତୀ, ପୁରୁଷୋତ୍ତମ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଆୟୋଜକ ଗଣପତି କ୍ଲବ ସଭାପତି ଈଶ୍ୱର ପ୍ରଧାନ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଅତିଥି ଗଣ ବିଜୟୀ ସୁନ୍ଦରଗଡ଼ ଦଳକୁ ଟ୍ରଫି ସହିତ ୨୫,୦୦୦ ହଜାର ଟଙ୍କା ଓ ଉପବିଜେତା ରାଜପୁର ଦଳକୁ ଟ୍ରଫି ସହିତ ୧୮,୦୦୦ ହଜାର ଟଙ୍କା ପ୍ରଦାନ କରିଥିଲେ ।ସେହିପରି ଶ୍ରେଷ୍ଠ ଖେଳାଳି ଭାବେ ସୁମିତ୍ ଓରାମ, ଶ୍ରେଷ୍ଠ ଲୋକପ୍ରିୟ ଖେଳାଳି ଟଙ୍କଧର ବାଗ, ଶ୍ରେଷ୍ଠ ଗୋଲକିପର ଗୁଡୁ, ଶ୍ରେଷ୍ଠ ଡିଫେନ୍ସ ସୁଶାନ୍ତ କିଶାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଶୋକ ବେହେରା ମଞ୍ଚ ପରିଚାଳନା କରିଥିଲେ । ଖେଳ ପରିଚାଳନା ସଞ୍ଜୟ ସାହୁ, ଅନନ୍ତ କାଲୋ, ସଂଜିତ ବାରିକ, ନବୀନ ଦେଓ, ଅରୁଣ ମିର୍ଦ୍ଧା, ପରମେଶ୍ବର ପ୍ରଧାନ, ଲୋଚନ କଣ୍ଡରା ଓ ମ୍ୟାଚ କମିଶନର ସୁଶାନ୍ତ ପଟେଲ ଥିଲେ । ଗଣପତି କ୍ଲବ ସଦସ୍ୟ ନରେଶ ପ୍ରଧାନ, ରାଧାକାନ୍ତ ପ୍ରଧାନ,ବିଜୟ ଭୋଇ, ବିଜୟ ବେହେରା, ଟାର୍ଜନ ବିଶ୍ଵାଳ, ସରୋଜ ବାରିକ, ନରେଶ ପ୍ରଧାନ, ମକରଧ୍ବଜ ପ୍ରଧାନ,ଇନ୍ଦ୍ର କିଶାନ, ଦୀପକ ଭୋଇ, ନିମାଇଁ ସାହୁ,କ୍ଷମାଶିଲ କିଶାନ, ଆକାଶ ଖଡିଆ,ନରେଶ ଖଡ଼ିଆ ପ୍ରମୁଖ ସହଯୋଗ କରିଥିଲେ ।