ବାଇକ ରକେଟ ଗ୍ୟାଙ୍ଗ କୁ ପର୍ଦାଫାସ କଲା ଆଦର୍ଶ ଥାନା କେସିଙ୍ଗା ପୋଲିସ ; (୪ଟି ଚୋର ସହିତ ୬ଟି ବାଇକ ଜବତ)

କଳାହାଣ୍ଡି, ୨୧/୦୯ (ଜଗନ୍ନାଥ ନାଏକ) : କୃଷି ଭିତ୍ତିକ ପବିତ୍ର ଗଣପର୍ବ ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ
ଅନ୍ତର୍ଗତ କେସିଙ୍ଗା ପୋଲିସ କୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ହେଲା କେସିଙ୍ଗା ଅଞ୍ଚଳ ରୁ କେସିଙ୍ଗା ଥାନାକୁ ମଟର ସାଇକଲ ଚୋରି ର ଗୁଡ଼ାଏ ଅଭିଯୋଗ ଆସିଥିଲା। ସେହି ଅଭିଯୋଗ ଉପରେ ତଦନ୍ତ କରିବା ପାଇଁ କେସିଙ୍ଗା ଆଦର୍ଶ ଥାନା ପୋଲିସ ଏସ.ଆଇ. ଅନୁପ କୁମାର ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ ଚଳାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଭବାନୀପାଟଣା ଅଞ୍ଚଳ ର ୪ ଜଣ ଚୋର ଙ୍କୁ ଗିରଫ କରାଯାଇଛି। ଚୋର ମାନଙ୍କ ଠାରୁ ହିରୋହୋଣ୍ଡା କମ୍ପାନୀ ର ୬ ଟି ମଟର ବାଇକ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ଗଣେଶ ନାଏକ(୨୪)ଓ ଆକାଶ ନାଏକ(୨୩) ଦୁଇ ଜଣ ଭବାନୀପାଟଣା ଥାନା ଅନ୍ତର୍ଗତ ଘଟାସବାହାଲି ଗାଆଁ ର ହୋଇ ଥିବା ବେଳେ ଶଙ୍କର କେହିନା(୨୪) ଓ କନହେଇ ତାଣ୍ଡି (୨୯) ସେହି ଭବାନୀପାଟଣା ଥାନା ଅନ୍ତର୍ଗତ ଜୋର ପଡ଼ା ର ବୋଲି ପୋଲିସ କହିଛି। ଏ ହି ଚାରି ଜଣ ଙ୍କ ସର୍ଦ୍ଦାର ଓ ମାଷ୍ଟର ମାଇଣ୍ଡ ଗଣେଶ ନାଏକ ବୋଲି ପୋଲିସ ପ୍ରକାଶ କରିଛି।କେସିଙ୍ଗା ପୋଲିସ କେସ ନ ୩୩୮/୨୩ ରେ ଗିରଫ କରି ଦଫା ୩୭୯ ରେ କୋର୍ଟ ଚାଲାଣ କରିଥିବା ଦାଇତ୍ୱ ରେ ଥିବା ଏସ ଆଇ ଅନୁପ କୁମାର ଶତପଥୀ ମନ୍ତବ୍ୟ ପ୍ରକାଶ କରିଛନ୍ତି।