Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ପାୱାରଚ୍ୟାନେଲ ରେ ପଡି ଯୁବକ ନିଖୋଜ ଘଟଣା,୪ଦିନ ବିତିଗଲା ଅଦ୍ୟାବଧି ସନ୍ଧାନ ମିଳିପାରିଲା ନାହିଁ

ଚିପିଲିମା, ଗତ ରବିବାର ଅନୁଷ୍ଠିତ ବିଶ୍ୱକର୍ମା ଦିନ ରାତି ପ୍ରାୟ ୯.୩୦ମିନିଟରେ ଚିପିଲିମାରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଥିବାବେଳେ ଘଣ୍ଟେଶ୍ୱରୀ ନିକଟସ୍ଥ ବଗବିରା ଗ୍ରାମର ମାଛ ବ୍ୟବସାୟୀ ଅକ୍ଷୟ ତରିଆ ଙ୍କ ସାନପୁଅ ଦ୍ରୋଣ ତରିଆ (୨୭) ଚିପିଲିମା ଶକ୍ତିକେନ୍ଦ୍ର ପାୱାରଚାନେଲ ସିମେଣ୍ଟ ହିଡରେ ଶୋଇଥିବାବେଳେ ହଠାତ ପଡିଯାଇଥିଲେ।ଶକ୍ତିକେନ୍ଦ୍ର ରେ ତିନୋଟି ମେସିନ ଚଳୁଥିବାବେଳେ, ପାଣିର ସ୍ରୋତ ପ୍ରଖର ଥିବାରୁ ସେ ହଠାତ ବୁଡି ନିଖୋଜ ହୋଇଯାଇଥିଲେ।ଘଟଣା ବାବଦରେ ଚିପିଲିମା ପୋଲିସ ଖବରପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ପ୍ରାୟ ରାତି ୧୦ଟାରେ ଶକ୍ତିକେନ୍ଦ୍ର ମେସିନ ବନ୍ଦକରି ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଘଣ୍ଟାଏକାଳ କରି ଫେରି ଯାଇଥିଲେ।ପରଦିନ ଅର୍ଥାତ ସୋମବାର ପୂର୍ବାହ୍ନ ରେ ପୁଣି ମେସିନ ବନ୍ଦ କରି ଚେଷ୍ଟା କରି ବିଫଳ ହୋଇଥିଲେ।ଏପରି ଅନେକଥର ଚେଷ୍ଟା କରାଯାଇଥିଲେ ହେଁ ଅଦ୍ୟାବଧି ଯୁବକଙ୍କ ସନ୍ଧାନ ମିଳିପାରିନାହିଁ।ଏନେଇ ଜନସାଧାରଣ ରେ ଅନେକକିଛି ଚର୍ଚ୍ଚା ଜୋର ଧରିଥିବାବେଳେ, ପୋଲିସ ପ୍ରଶାସନ ପକ୍ଷରୁ ବୁଡାଳି ଡକାଇ ଶକ୍ତିକେନ୍ଦ୍ର ମେସିନ ବନ୍ଦ କରି ଖୋଜାଖୋଜି କରିବାର ପ୍ରୟାସ କରିଥିଲେ ହୁଏତ ନିଖୋଜ ଯୁବକଙ୍କ ପତ୍ତା ମିଳିଯାଇଥାନ୍ତା ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।ନଚେତ ପାୱାର ଚେନାଲ ରେ ନିଖୋଜ ଦ୍ରୋଣ ର ଏମିତି ନିଖୋଜ ହୋଇ ଜୀବନ ସାରା ରହିଯିବ ବୋଲି ଚର୍ଚ୍ଚା ଜୋରଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ