Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାମହିମ ରାଷ୍ଟ୍ରପତି ଙ୍କୁ ଭେଟି କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଚର୍ଚ୍ଚା କଲେ ବିଜେପି ରଦୀପଜ୍ୟୋତି ମୁଣ୍ଡ ଏବଂ ବିଜୟଦେଵ ସାହୁ ଯୁବନେତା

କଳାହାଣ୍ଡି, ୨୧/୦୯ : କଳାହାଣ୍ଡି ଜିଲ୍ଲା ର ଦୁଇ ଭାଜପା ର ଦୁଇ ଯୁବନେତା ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ ଓ କଳାହାଣ୍ଡି ଭାଜପା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ମାନନୀୟା ଦ୍ରୋପଦି ମୁର୍ମୁ ଙ୍କୁ ସାକ୍ଷାତ କରିଛନ୍ତି ଓ ଏହି ଅବସର ରେ କଳାହାଣ୍ଡି ଜିଲ୍ଲାର ଇଷ୍ଟଦେବୀ ମା ମାଣିକେଶ୍ୱରୀ ଙ୍କ ଫୋଟୋଚିତ୍ର ଉପହାର ପ୍ରଦାନ କରିବା ସହ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ର ଶୁଭେଚ୍ଛା ଜଣାଇଛନ୍ତି।ପରେ ଦୁଇ ଯୁବନେତା ରାଷ୍ଟ୍ରପତି ଙ୍କ ସହ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଆଲୋଚନା କରିଥିବା କହିଛନ୍ତି। ରାଷ୍ଟ୍ରପତି ମହୋଦୟା ଙ୍କ କଳାହାଣ୍ଡି ଜିଲ୍ଲା ବିଷୟରେ ଆଲୋଚନା ଆଗକୁ ସକାରାତ୍ମକ ରୂପାୟନ ହେବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ