Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଠ ମାସ ହେଲା କୁବୁରି ଗାଁ ରେ ମନରେଗା କାର୍ଯ୍ୟ ଠପ୍, ବାରମ୍ବାର ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀଙ୍କ ଖାତିର ନାହତୁରନ୍ତ ମନରେଗା କାର୍ଯ୍ୟ ଯୋଗାଇଦେବାକୁ କୁବୁରି ବାସୀଙ୍କ ଦାବି

କଳାହାଣ୍ଡି, ୨୨/୦୯ : ଓଡ଼ିଶାରେ ଦାଦନ ସମସ୍ୟା ରୋକିବା ନିମନ୍ତେ ଉଭୟ ସରକାର ଗରିବ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ନେଇଁ ମନରେଗା ଯୋଜନା ନିର୍ମାଣ କଲେ ସତ ହେଲେ ଯୋଜନାକୁ ଠିକ ଭାବରେ ପରିଚାଳନା ହେଉନଥିବା କୁହାଯାଉଛି । ଉକ୍ତ ଯୋଜନା ମାଧ୍ୟ୍ୟମରେ ଦାଦନ ସମସ୍ୟା ରୋକିବା ଉଦେଶ୍ୟ ରହିଥିବା ବେଳେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ଓ ଅର୍ଥନୀତି କ୍ଷେତ୍ରରେ ଶ୍ରମିକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ରହିଛି। ଏଥି ପାଇଁ ମନରେଗା ଯୋଜନାକୁ ସ୍ୱତନ୍ତ୍ର ନୀତିନିୟମ ପ୍ରଣୟନ ହୋଇଛି ହେଲେ ଆଇନର ନୀତିନିୟମକୁ କିଛି ଅସାଧୁ କର୍ମଚାରୀ ମନରେଗା ଯୋଜନାକୁ ଦିଶା ହୀନ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ଭଲି ଅଭିଯୋଗ ଆସୁଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବନ୍ଧପାରି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁବୁରି ଗାଁରୁ । ଗ୍ରାମ ବାସୀଙ୍କ କହିବା ମୁତାବକ ଲାଞ୍ଜିଗଡ଼ ବ୍ଲକର ପ୍ରତ୍ୟୋକ ପଞ୍ଚାୟତର ପ୍ରତ୍ୟୋକ ଗାଁରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇ ଦିଆଯାଉଛି ସତ କିନ୍ତୁ କୁବୁରି ଗାଁରେ ଶ୍ରମିକ ମାନେ କାମ କରିବାକୁ ଚାହୁଁ ଥିଲେ ମଧ୍ୟ ଆଜକୁ ଆଠ ମାସ ହେଲା କୌଣସି ପ୍ରକାର କାର୍ଯ୍ୟ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ଗାଁରେ କାର୍ଯ୍ୟ ହେଉନଥିବା ମୁଖ୍ୟକାରଣ ହେଲା ପୂର୍ବରୁ କାନକୁଟୁରୁ ପଞ୍ଚାୟତରେ ରହିଥିବା ବେଲେ ଜାନୁଆରୀ ୨୦୨୩ ରୁ ବନ୍ଧପାରି ପଞ୍ଚାୟତରେ ସାମିଲ କରାଯାଇଥିବା ବେଲେ ଯେବେଠୁ ବନ୍ଧପାରୀ ପଞ୍ଚାୟତରେ ସାମିଲ ହେଲା ସେହି ସମୟରୁ କୁବୁରି ଗାଁରେ କୌଣସି ପ୍ରକାର ମନରେଗା କାର୍ଯ୍ୟ ହୋଇପାରୁନ’ଥିବା ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏନେଇ ସରପଞ୍ଚ ଜଗବନ୍ଧୁ ମାଝୀଙ୍କ ଠାରୁ ଆରମ୍ବ କରି ଜିଆରଏସ୍ ରାମପ୍ରସାଦ ବେହେରା ମହାଶୟ ଏବଂ ସମିତି ସଭ୍ୟା ପଦ୍ମାବତୀ ବାଗ ତଥା ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଏସମ୍ପର୍କରେ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଆଜି ହେବ କାଲି ହେବ କହି ଆଜକୁ ଆଠ ମାସ ବିତି ଯାଉଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିନ’ଥିବା ପ୍ରକାଶ ପାଇଛି ।ଏପଟେ ଲାଞ୍ଜିଗଡ଼ ବ୍ଲକରେ ଗତ କିଛି ମାସ ଭିତରେ ୧୦ ରୁ ଉର୍ଦ୍ଧ ଦାଦନ ଶ୍ରମିକଙ୍କ ମୃତଦେହ ବାହାର ରାଜ୍ୟରୁ ଫେରି ଥିବା ବେଲେ ଏପର୍ଯ୍ୟନ୍ତ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ ତଥା ଶ୍ରମବିଭାଗ ପାଖରେ କୌଣସି ତଥ୍ୟ ଥିବ କି ନାହିଁ ତାହାନେଇ ଅଞ୍ଚଳରେ ଅନେକ ପ୍ରଶ୍ନ ଉଠୁଛି। ଏବେ ପ୍ରତ୍ୟୋକ ଗାଁରେ ସରକାର କୋଟି କୋଟି ଟଙ୍କାର କାମ ଯୋଗାଇ ଦେଉଥିବାବେଳେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ କୁବୁରି ଗାଁରେ କୌଣସି ପ୍ରକାର କାମ ଧନ୍ଦା ନ’ପାଇବାରୁ ଶେଷରେ ବାଧ୍ୟ ହୋଇ କେରଳ, ତାମିଲ ନାଡ଼ୁ ଭଳି ବାହାର ରାଜ୍ୟ କୁ ଯାଇ ଦାଦନ ଖଟିଯିବାକୁ ପଡୁଛି ବୋଲି ମତପ୍ରକାଶ କରିଛନ୍ତି ଗ୍ରାମବାସୀ। ଏନେଇ ବାରମ୍ବାର ପଞ୍ଚାୟତ ପ୍ରତିନିଧିରୁ ବ୍ଲକ ଅଧିକାରୀ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରକାର ସମସ୍ୟାର ସମାଧାନ କରାଯାଉନି ଖାଲି ପ୍ରତିଶୃତି ପ୍ରତିଶୃତିରେ ହିଁ ରହିଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସି। ମନରେଗା କୋଡ଼ ବା ପଞ୍ଚାୟତ କୋଡ଼ ବଦଳି ପାରୁନାହିଁ ବୋଲି କହି ଆଜକୁ ଆଠ ମାସ ହେଲା କୁବୁରି ଗ୍ରାମବାସୀ ଙ୍କ ପାଇଁ ମିଳି ପାରୁନାହିଁ ମନରେଗା କାର୍ଯ୍ୟ। ତେବେ ଖବର ପ୍ରସାରଣ ପରେ କୁବୁରୀ ଗାଁର ଶ୍ରମିକଙ୍କୁ କେବେ ଯୋଗାଇ ଦିଆଯିବ ମନରେଗା କାର୍ଯ୍ୟ ନା ଜାଣିଶୁଣି ନିଘୋଡ଼ ନିଦ୍ରାରେ ସୋଇପଡୁଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା।