ମୁରସୁନଢି ଗଜଲକ୍ଷ୍ମୀ ପୂଜା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ଗଠନ ହେଲା ନୂଆ ପରିଚାଳନା କମିଟି

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ରେ ହେବାକୁ ଥିବା ୪୧ ତମ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଗତ ବର୍ଷର ଆୟ ବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ପରେ ଅଚ୍ୟୁତ ମହାକୁର ଓ ଘନଶ୍ୟାମ ସାହୁ ଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ପରିଚାଳନା କମିଟି ଗଠନ କରାଯାଇଥିଲା । ଲବ କୁମାର ସହୁ ଙ୍କୁ ସର୍ବସମ୍ମତିକ୍ରମେ ପୂଜା ପରିଚାଳନା କମିଟି ର ସଭାପତି ଭାବେ ଚୟନ କରାଯାଇଥିଲା । ସେହିପରି ଧନଞ୍ଜୟ ସାହୁ ଙ୍କୁ ଉପସଭାପତି , ତ୍ରୟଞ୍ଜିବ ମିଶ୍ର ଙ୍କୁ ସମ୍ପାଦକ , ବିଦ୍ୟାଧର ଖୁର୍ଡିଆ ସହ ସମ୍ପାଦକ ଏବଂ ସତ୍ୟମୋହନ ବେଦପାଣି ଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜ ଗୋପାଳ ପାଣିଗ୍ରାହୀ ଓ କୁଶ କୁମାର ସାହୁ ଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି । ପୂଜା ରେ ଲକ୍ଷ୍ମୀ କର୍ତ୍ତା ଭାବେ ଉତ୍ତର କୁମାର ପାତ୍ର ଓ ରୀନା ପଧାନ ଙ୍କୁ ସପତ୍ନିକ ମନୋନୀତ କରାଯାଇଛି । ସେହିପରି ହନୁମାନ ମଣ୍ଡପ ରେ କର୍ତ୍ତା ଭାବେ ସହଦେବ ମହାକୁର ଓ ବୀଣାପାଣି ମହାକୁର , ରାମାୟଣ ପରାୟଣ ରେ କର୍ତ୍ତା ପାଇଁ ସନତ ସିଂ ଓ ସ୍ନେହଲତା ସିଂ ଙ୍କୁ ସପତ୍ନିକ ମନୋନୀତ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେମାନନ୍ଦ ଜଟି , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଆତ୍ମା ଅଧ୍ୟକ୍ଷ ବିବଶ୍ୱତି ପଣ୍ଡା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପତି ଯୋଗଦେଇ ଯାତ୍ରା ପରିଚାଳନା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ ଚିତ୍ତ ରଞ୍ଜନ ସାହୁ , ବଳରାମ ପଧାନ , ଶାନ୍ତନୁ କ୍ଷେତି ସମେତ ସମସ୍ତ ସଦସ୍ୟ ବୈଠକ ରେ ଯୋଗଦେଇ ଥିଲେ । ଶେଷରେ ତ୍ରୟାଞ୍ଜିବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।