Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରେରଣାଦାୟୀ ବକ୍ତୃତାମାଳା “ଉତିଷ୍ଠତ”             (ବୀରବାଦ୍ୟ ଘୁମରା ଓ କଳାହାଣ୍ଡି)

କଳାହାଣ୍ଡି, ୨୨/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରତି ଶୁକ୍ରବାରରେ ଆୟୋଜିତ  ପ୍ରେରଣଦାୟୀ ବକୃତାମାଳା “ଉତିଷ୍ଠତ”ର ୧୨୪ ତମ ଅଧ୍ୟାୟରେ “ବୀରବାଦ୍ୟ ଘୁମରା ଓ କଳାହାଣ୍ଡି”ଉପରେ ଆଲୋଚନା ହୋଇଯାଇଛି। କୁଳପତି କର୍ଣ୍ଣେଲ ଡ.ସଂଜୟ କୁମାର ଶତପଥୀ ସଭାପତିତ୍ୱ କରି କହିଥିଲ:ପ୍ରକୃତି ଜ୍ଞାନର ଗନ୍ତାଘର।ପ୍ରକୃତିରୁ ଘୁମରାର ସୃଷ୍ଟି। ଘୁମରାରେ ଶାସ୍ତ୍ରୀୟତା ରହିଛି। ଆହୁରି ଗବେଷଣା ପାଇଁ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ର ଦ୍ବାର ଉନ୍ମୁକ୍ତ ଅଛି। ଆଗାମୀ ସମୟରେ ବିଶ୍ବ ବିଦ୍ୟାଳୟ ଘୁମରା ସଂପର୍କରେ ଗବେଷକ ମାନଙ୍କ ଠାରୁ ଗବେଷଣାତ୍ମକ ସନ୍ଦର୍ଭ ଓ ଘୁମରା ଗୀତର ସଂକଳନ ଓ ସଂରକ୍ଷଣ କରିବ। ବକୃତାମାଳାର ଏହି ସଂସ୍କରଣରେ ନିମନ୍ତ୍ରିତ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର  ତଥା ଅଧ୍ୟାପକ ମୋହନ ଚରଣ ବିଷି ଯୋଗଦେଇ କହିଥିଲେ : ଘୁମରା କଳାହାଣ୍ଡିର ରଣବାଦ୍ୟ,ବିଜୟ ବାଦ୍ୟ ଓ ଗଣବାଦ୍ୟ। କଳାହାଣ୍ଡି ପାଇଁ ଘୁମରା ଘୁମରା ପାଇଁ କଳାହାଣ୍ଡିର ସ୍ବତନ୍ତ୍ର ପରିଚୟ ରହିଛି।ଘୁମରା କଳାହାଣ୍ଡି ଜନଜୀବନର ଆଦିମ ଲୋକନୃତ୍ୟ ଭାବରେ କଳାହାଣ୍ଡିକୁ ସଦାସର୍ବଦା ଗହରବାନ୍ବିତ କରୁଥିବ। ବିଶ୍ବବିଦ୍ୟାଳୟର ରେଜଷ୍ଟାର ପିତାମ୍ବର ଭୋଇ ସ୍ବାଗତ ବକ୍ତବ୍ୟ,ସୁଶ୍ରୀ ଲିପ୍ସା ମହାରଣା ସ୍ବାଗତ ସଂଗୀତ ଓ ନିମନ୍ତ୍ରିତ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ମାନସ ରଂଜନ ପଣ୍ଡା। ଉତିଷ୍ଠତର ଆବାହକ ମେଜର ଡ. ଜୟଦେବ ସାହୁଙ୍କ ଆବାହକତ୍ୱକରେ  ଧନ୍ୟବାଦ ଅର୍ପଣ କରିଥିଲେ ତନୁଜା ସାହୁ ଓ ପି.ଆଇ. ମହାବିଦ୍ୟାଳୟର ଆଧ୍ୟାପକ ବିଶ୍ବ ରଂଜନ ବେହେରା ଏହି ବ୍ୟାଖାନମାଳାର ସଂଯୋଜନା କରିଥିଲେ।ଉତିଷ୍ଠତର ଏହି ଆଭାସୀ ପ୍ରେରଣାଦାୟୀ ବକୃତା ମାଳାରେ ଗବେଷକ ପରମେଶ୍ବର ମୁଣ୍ଡ,ନିର୍ମଳ ନାଏକ,ସଂଜୟ ପୁରୋହିତ,ସୁଧିର ପଣ୍ଡା ପରି ଅନେକ ଲେଖକ,କବି, ବୁଦ୍ଧିଜିବୀ, ବିଶ୍ୱବିଦ୍ୟାଳୟର ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ