Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁମାଗାଁରେ ମଇଁଷି ଚୋର ଅଟକ, ପୋଲିସ କୁ ଜିମା ଦେଲେ ଗାଁ ଲୋକେ

କଳାହାଣ୍ଡି, ୨୨/୦୯ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା l ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଲୁମା ଗାଁ ର ଗୌରାଙ୍ଗ ମାଝୀ ଙ୍କ ଦୁଇ ଗୋଟି ପୋଡ଼ ଓ ଦୁଇ ଗୋଟି ମଇଁଷିକୁ ଗୁହାଳରୁ କାଡ଼ି ନେଇ ରାତ୍ରି ସମୟରେ ଏକ ପିକପ୍ ଯୋଗେ ଚୋରାଚାଲାଣ ହେଉଥିବା ଜଣା ପଡ଼ିଛି l ଗ୍ରାମ ବାସୀ ତଥା ପୋଡ଼ ମାଲିକ କହିବା ଅନୁଯାୟୀ ନିତିଦିନ ବନ୍ଧାହେଉଥିବା ଗୁହାଳରେ ସବୁଦିନ ଭଳି ବନ୍ଧାହୋଇଥିଲେ ପୋଡ଼ ଓ ମଇଁଷି l ରାତ୍ରି ଠିକ ୧୨ ଘଣ୍ଟିକା ସମୟରେ ସେହି ଗୁହାଳରୁ ଛୋଟ ପୋଡ଼ ଛୁଆ ଜୋର୍ ରେ ବୋବାଉ ଥିବା ଶୁଣିବାକୁ ପାଇଥିଲେ ପୋଡ଼ ମାଲିକ ଗୌରାଙ୍ଗ ମାଝୀ। ତେବେ ପୋଡ଼ ଛୁଆର କାନ୍ଧ ଶୁଣି ଯେତେବେଳେ ଗୁହାଳକୁ ଯାଇ ଦେଖିଲା ବେଳେ ପୁରା ଖାଲି ପଡ଼ିଥିଲା ଗୁହାଳ। ଏନେଇ ଗୌରାଙ୍ଗ ମାଝୀ ଓ ଗ୍ରାମବାସୀ ଖୋଜାଖୋଜି କରୁ କରୁ ନିକଟସ୍ତ ଜଙ୍ଗଲରେ ଅଧା ପୋଡ଼ ବନ୍ଧାହୋଇ ଥିବାବେଳେ କିଛି ଲୋକ ଅନ୍ୟ ପୋଡ଼ ମାନଙ୍କୁ ଧରିବାକୁ ଗୋଡ଼ାଉଥିବା ସହ ଏକ ପିକପ୍ ଭେନ୍ କୁ ଦେଖିବାକୁ ପାଇଥିଲେ । ପୋଡ଼ ମଇଁଷି ଗୁଡିକ ନେଇ ଓଡି୧୮J୪୬୯୯ ପିକଅପରେ ଲୋଡ୍ କରିବାକୁ ଉଦ୍ୟମ କରୁଥିବାବେଳେ ପହଞ୍ଚିଥିଲେ ଗ୍ରାମ ବାସୀ ଓ ପିକପ୍ ଡ୍ରାଇଭର ସହ ଯୁକ୍ତିତର୍କ ହୋଇଥିଲେ ମଧ୍ୟ ଉକ୍ତ ଡ୍ରାଇଭର କୁ ଧରିବାକୁ ବା ଗାଡ଼ିକୁ ଜବତ୍ କରିବାକୁ ତାଙ୍କ ପକ୍ଷରୁ ସମ୍ଭବ୍ ହୋଇପାରିନ’ଥିବାରୁ ପିକପ୍ ସହ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ସମ୍ପୃକ୍ତ ଥିବା ବୁଧ ବାଗ ଓ ବିପିନ ହରପାଳ ଙ୍କ ସମେତ ତାଙ୍କ ଏକ ଓଡି୦୮୦୩୩୭୧ ନମ୍ବର ବାଇକ କୁ ଜବତ କରି ଉକ୍ତ ଦୁଇ ଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସି।ଉକ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ରାତିସାରା ଗାଁରେ ଅଟକ ରଖିବା ପରେ ଏନେଇ ସ୍ଥାନୀୟ ସରପଞ୍ଚ ସାନ୍ଦ୍ରୁ ମାଝୀ ଓ ଜୋନ-୧ ଜିଲ୍ଲା ପରିଷଦ ପ୍ରତିନିଧି ବନମାଳୀ ମାଝୀ ବିଶ୍ୱନାଥପୁର ପୋଲିସ କୁ ଖବର ଦେଲାପରେ ବିଶ୍ୱନାଥପୁର ଥାନା ପକ୍ଷରୁ ଏସଆଇ ବୁଦ୍ଧିରାମ ମାଝୀ ଓ ବୁଧେସ୍ୟାମ ମାଝୀ ଙ୍କ ନେତୃତ୍ୱରେ ପୋଲିସ ବାହିନୀ ଆଜି ସକାଳେ ପହଞ୍ଚି ଦୁଇ ଚୋରଙ୍କୁ ଥାନାକୁ ନେଇ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି l ଏହି ଚୋରାଚାଲାଣ କାର୍ଯ୍ୟରେ ଲୁମାଗାଁର ବୁଡ଼ୁ ବାଗ ଙ୍କ ପୁଅ ବୁଧ ବାଗ ଓ ଭୀମ ହରପାଳ ଙ୍କ ପୁଅ ବିପିନ ହରପାଳ ନାମକ ଦୁଇଜଣ ଯୁବକ ବର୍ତମାନ ବିଶ୍ୱନାଥପୁର ଥାନାରେ ଅଟକ ରହିଥିବା ଜଣାପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ