Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଠାରେ ନବ ନିର୍ମାଣ କୃଷକ ଯୁବ କମିଟି ଗଠନ

କଳାହାଣ୍ଡି, ୨୨/୦୯ : ଭବାନୀପାଟଣା ରେଣ୍ଡୋ ମାଝୀ ମଞ୍ଚ ଠାରେ ନବନିର୍ମାଣ କୃଷକ ସଙ୍ଗଠନ( NNKSN )କଳାହାଣ୍ଡି ଜିଲ୍ଲା କମିଟି ତରଫରୁ ଜିଲ୍ଲା ଯୁବ କମିଟି ଗଠନ କରାଯାଇ ଥିଲା ଉକ୍ତ ସମାବେଶରେ ଜିଲ୍ଲା ସଭାପତି ଲିଙ୍ଗରାଜ ପ୍ରଧାନ, ଉପସଭାପତି ଦୁର୍ଯ୍ୟୋଧନ କୁମାର, ଓ ସମ୍ପାଦକ ଭଗବାନ ସାହୁ ଓ ଜିଲ୍ଲା କାର୍ଯ୍ୟ କର୍ତ୍ତା ତଥା ବରିଷ୍ଠ ନାଗରିକ, ଆଇନ ଜିବି, ୧୩ ଟି ବ୍ଳକର ଜନସାଧାରଣ ଉପସ୍ଥିତ ଥିଲେ ଏହି ସଭା କୁ ସର୍ବ ପ୍ରଥମେ ଜିଲ୍ଲା ଉପ ସଭାପତି ଦୁର୍ଯ୍ୟୋଧନ କୁମାର ସମ୍ଭୋଧିତ କରି ରାଜ୍ୟ ସରକାର ଙ୍କ ଭ୍ରଷ୍ଟାଚାର ଶାସନ ଉପରେ, ପାଣି ସମସ୍ୟା ଉପରେ ଓ ଚାଷୀ ଉପକରଣକୁ ନେଇ ବର୍ଷି ଥିଲେ । ଜିଲ୍ଲା ସଭାପତି ଲିଙ୍ଗରାଜ ପ୍ରଧାନ ମଧ୍ୟ ସରକାର ଙ୍କ ବେଆଇନ ଶାସନ ଉପରେ ରୋକ୍ ଲଗାଇବା ପାଇଁ ଦାବି କରିଥିଲେ ପରେ ଜିଲ୍ଲା ଯୁବ କମିଟି ଘୋଷଣା କରିଥିଲେ । ଜିଲ୍ଲା ଯୁବ ସଭାପତି ଭାବରେ ହିତେଷ କୁମାର ନାଏକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଲେ ଉପସଭାପତି ଭାବରେ ଶେଷଦେବ ମଶ୍ରା ଏବଂ କୋକସରା ବ୍ଲକ ରୁ ଶ୍ରୀ କ୍ଷୀରୋଦ ଧରୁଆ ଙ୍କୁ ଜିଲ୍ଲା ସମ୍ପାଦକ ର ଦାୟିତ୍ୱ ପ୍ରଦାନ କରାଯାଇ ଥିଲା ଏବଂ ଜିଲ୍ଲା ସଦସ୍ଯ ଭାବରେ ପବିତ୍ର ବାଗ ,ମୋହନ ବଣୁଆ, କିଶୋର ବେହେରା,ସୁଭାଷ ନାଏକ ମନୋଜ କୁମାର ନାଏକ ଅମୁଲ୍ଯ ନାଏକ, ସାହିଲ ପ୍ରଧାନ କିରଣ ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅଭିନନ୍ଦନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ