କଳାହାଣ୍ଡି, ୨୨/୦୯ : ପେଟ୍ରୋଲକୁ ନେଇ ଅଭିଯୋଗ କଲେ ଗୁଣ୍ଡା ଲଗାଇ ମାରିଦେବାକୁ ଧମକ | କେଗାଁ ଥାନାରେ ଅଭିଯୋଗ କଲେ ଜନ କଲ୍ୟାଣ ସାମ୍ବାଦିକ ସଂଘ | ଏଭଳି ଅଭିଯୋଗ ହୋଇଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଜୟ ମାତା ଦି ଫିଲିଙ୍ଗ ଷ୍ଟେସନ (ଭାରତ ପେଟ୍ରୋଲ ପମ୍ପର) ରେ । ଏହି ପେଟ୍ରୋଲପମ୍ପରେ ଠକାମୀର ଶିକାର ହେଉଛନ୍ତି ଲୋକେ । ପେଟ୍ରୋଲପମ୍ପ ରେ ଲାଗିଥିବା ମିଟର ରିଡିଙ୍ଗ କୁ ନେଇ ଅଭିଯୋଗ କଲେ ପେଟ୍ରୋଲପମ୍ପ ମାଲିକ ଗୁଣ୍ଡା ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏନେଇ ସମ୍ବାଦିକ ଜଣକ କେଗାଁ ଥାନାରେ ଅଭିଯୋଗ କରିବା ଘଟଣା ସଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଅନେକ ବାଇକ ଚାଳକଙ୍କ ଅଭିଯୋଗ କ୍ରମେ ଗୋଳାମୁଣ୍ଡା ବ୍ଲକର ଅନୁପମ ଭାରତ ଖବରକାଗଜ ପ୍ରତିନିଧି ବିସିକେଶନ ଜ୍ୟୋତିଷ ପେଟ୍ରୋଲ ପମ୍ପର ରହସ୍ୟ ଜାଣିବାକୁ ନିଜ ବାଇକରେ ପେଟ୍ରୋଲ ଭରିବାକୁ ଗତ ୧୯/୯ରେ ଯାଇଥିଲେ । ହେଲେ ସେଠାରେ ସିଧାସଳଖ ଶୁନ ରୁ ରିଡିଙ୍ଗ ନ ଉଠି ୩ରୁ ଉଠୁଛି ଏବଂ ୧୦୦ ରୁ ୧୦୪ ଉଠୁଛି ଏହା ନିଜ ମୋବାଇଲରେ କଏଦ ରଖିଥିଲେ । ପୁଣି ୨୦/୯ରେ ସାନ୍ଧ୍ୟ ୭ ଘଟିକା ୧୫ ମିନିଟ ସମୟରେ ପେଟ୍ରୋଲ ଭରିବାକୁ ପେଟ୍ରୋଲ ପମ୍ପକୁ ଗଲେ । ସେହି ସମୟରେ ପେଟ୍ରୋଲ ପମ୍ପ ମାଲିକ ଚନ୍ଦନ ଅଗ୍ରୱାଲ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଆଉ ପୁଣି ମୁଁ ଧନୀଲୋକ ୫ ଲକ୍ଷ୍ୟ ଖର୍ଚ୍ଚ କରି ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲେ । ଏ ନେଇ କେଗାଁ ଥାନାରେ ବିସିକେଶନ ଜ୍ୟୋତିଷ ଏକ ଲିଖିତ ଅଭିଯୋଗ କରିଥିବା କଥା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ । ଧନୀଲୋକ ମାନେ ଟଙ୍କା ଖର୍ଚ୍ଚକରି କେତେଲୋକଙ୍କୁ ମାରିବେ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ସମ୍ପୃକ୍ତ ମାଲିକ ଆଗରୁ ବୋଧେ ଏଭଳି କାଣ୍ଡ ଭିଆଇଥିବେ, ସେଥିପାଇଁ ବୋଧେ ଜଣେ ସାମ୍ବାଦିକଙ୍କୁ ଏଭଳି ଅସଦାଚରଣ କରୁଥିବା ନେଇ ସମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି । ପେଟ୍ରୋଲ ପମ୍ପ ମାଲିକ ଗ୍ରାହକଙ୍କୁ ପେଟ୍ରୋଲ ଦେବାରେ ଠକୁ ଥିବେ, ସେଥିପାଇଁ ସତ ପଦାକୁ ଆସିବା ଭୟରେ ଏଭଳି ଜଣେ ସାମ୍ବାଦିକଙ୍କୁ ଧମକ ଦେଉଛନ୍ତି । ଅନ୍ୟ ପକ୍ଷରେ ପେଟ୍ରୋଲ ପମ୍ପରେ କିଛି ଗଡ଼ବଡ଼ ଥାଇପାରେ କି ଏବଂ ଲୁଚି ରହିଥିବା ଗୁପ୍ତ ରହସ୍ୟ ଲୋକଲୋଚନକୁ ଆସିପାରେ ବୋଲି ଏପରି ଧମକ ଦିଆଯାଇଛି କି? ଏକ ସନ୍ଧେହ ଉପୁଜିଛି । ଗୋଲାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକ ସଙ୍ଘ ପକ୍ଷରୁ ମଧ୍ୟ ଏକ ଲିଖିତ ଅଭିଯୋଗ କେଗାଁ ଥାନା ଆଇ ଆଇ ସି ମୁକୁନ୍ଦ ଦେବ ନାୟକକୁ ଦାବିପତ୍ର ଦାଖଲ କରାଯାଇଛି । କେଗାଁ ପୋଲିସ କଣ ପଦ କ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ।
କେଗାଁ ଜୟ ମାତା ଦି ଫିଲିଙ୍ଗ ଷ୍ଟେସନ (ଭାରତ ପେଟ୍ରୋଲପମ୍ପ) ମାଲିକଙ୍କ ଦବଙ୍ଗଗିରି
