Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସିଇଓ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ

କଳାହାଣ୍ଡି,୨୨/୦୯-ଆଜି ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପଶ୍ଚିମ ଓଡ଼ିଶା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର ! ଆଜି ଶ୍ରୀ ମିଶ୍ର ପ୍ରଥମେ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରରେ ପହଞ୍ଚିବା ପରେ ଫାଇଭ୍ ଟି ଯୋଜନା ତଥା ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ହୋଇଥିବା ବିଶ୍ବନାଥପୁର ନିକଟସ୍ଥ ଡୁମେରମୁଣ୍ଡା ଶିବ ମନ୍ଦିର ପରିଦର୍ଶନ କରିଥିଲେ ! ସେଠାରେ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ ! ଏହାପରେ ଶ୍ରୀ ମିଶ୍ର ବିଶ୍ବନାଥପୁରଠାରେ ନିର୍ମାଣାଧୀନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ! ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ରଙ୍କୁ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ ପ୍ରମୁଖ ସ୍ବାଗତ ଜଣାଇବା ସହିତ ଗସ୍ତରେ ସାମିଲ ହୋଇଥିଲେ ! ଏହାପରେ ଶ୍ରୀ ମିଶ୍ର ଲାଞ୍ଜିଗଡ଼ ଅଭିମୁଖେ ବାହାରିବା ସହିତ ସେଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରେ ନିର୍ମାଣ ହେବାକୁ ଥିବା ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପର ଭୂମି ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ! ଏଇ ଅବସରରେ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିମିଟେଡ ସିଏସ୍ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜର ସଭାପତି ଚନ୍ଦ୍ରଧ୍ବଜ ପେସନିଆ, ବରିଷ୍ଠ ନାଗରିକ କାମରାଜ ଦଳବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରସାଦ ସିଂହଦେଓ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ଯୁଧିଷ୍ଠିର ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ ପ୍ରମୁଖ ଯୋଗ ଦେଇଥିଲେ ! ଏହା ପୂର୍ବରୁ ଶ୍ରୀ ମିଶ୍ରଙ୍କୁ ଲାଞ୍ଜିଗଡ଼ବାସୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା !