Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶାଡ଼ଟନିଉଜ ର ପ୍ରଭାବ ଚିପିଲିମା ପାୱାର ଚାନେଲ ରେ ପଡି ଯୁବକଙ୍କ (ଦ୍ରୋଣ ତରିଆ)ନିଖୋଜ ଘଟଣା ୬ଦିନ ପରେ ପ୍ରଶାସନ ର ନିଦ ଭାଙ୍ଗିଲା, ପହଞ୍ଚିଲେ ବୁଡାଳି ଦଳ ,ରାତି ପାହିଲେ ଖୋଜାଖୋଜି ହେବ

ଚିପିଲିମା, ଗତ ରବିବାର ଦିନ ବିଶ୍ୱକର୍ମା ପୂଜା ପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ଥିବାବେଳେ,ସମ୍ବଲପୁର ବୁର୍ଲାଥାନା ଚିପିଲିମା ଶକ୍ତିକେନ୍ଦ୍ର ପାୱାରଚାନେଲ ରେ ପଡି ଘଣ୍ଟେଶ୍ୱରୀ ବଗବିରା ଗ୍ରାମର ପ୍ରାୟ ୨୭ ବର୍ଷିୟ ବିବାହିତ ଦ୍ରୋଣ ତରିଆ ନିଖୋଜ ହୋଇଯାଇଥଲେ।ଇତି ମଧ୍ୟରେ ୬ଦିନ ବିତିଯାଇଥିଲେ ମଧ୍ୟ ତାଙ୍କରି କୌଣସି ସନ୍ଧାନ ମିଳିପାରିନାହିଁ।ଏନେଇ ପ୍ରଶାସନ ପକ୍ଷରୁ ବାହାରୁ ବୁଡାଳି ଡକାଇ ଖୋଜାଖୋଜି କରିବା ପାଇଁ ସଚେତନ ମହଲରେ ଦାବି ହୋଇଥିବାବେଳେ, ଏନେଇ ଗତକାଲି ଓଡିଶାଡ଼ଟନିଉଜ ରେ ଖବର ପ୍ରସାରଣ ହୋଇଥିଲା।ଯାହାକୁ ନେଇ ପ୍ରସାଶନ ତପ୍ତରତା ଦେଖାଇ ଆଜି ଚିପିଲିମା କୁ ୨୧ ଜଣିଆ ଏନଡିଆରଏଫ ଦଳ ପଠାଇଛନ୍ତି।ଆଜି ଚିପିଲିମାରେ ବୁଡାଳି ଦଳ ରାତ୍ରି ଯାପନ କରିଥିବାବେଳେ, ଶନିବାର ସକାଳ ୮ଟାରେ ବୁଡାଳି ଦଳ ପାଣିରେ ଖୋଜାଖୋଜି କରିବେ ବୋଲି ଚିପିଲିମା ପୋଲିସ ସୂତ୍ରରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ