Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁତୁରପଙ୍କ ରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କେନଝିରିଆପାଲି ଆର. ଆଇ ସର୍କଲ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ସରକାରୀ ଜମିରୁ ବେଆଇନ ଜବର ଦାଖଲ ଉଚ୍ଛେଦ ଦାବି କରିଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀ ଶୁକ୍ରବାର ଦିନ ବୀରମହାରାଜପୁର ତହସିଲଦାର ବିବୁଧ ଗଡ଼ନାୟକ ଙ୍କୁ ଜବର ଦଖଲ ଉଚ୍ଛେଦ ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ମୁତାବକ ଗାଁ ରେ ଥିବା ବିଭିନ୍ନ କିସମର ସରକାରୀ ଜମି କୁ ବଳପୁର୍ବକ ଜବରଦଖଲ କରି ଚାଷଜମି ଉପରେ ବାଡ ଦେବା ଫଳରେ ଗ୍ରାମବାସି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗ୍ରାମର ଭୁଲିଆ ବନ୍ଧ ଠାରେ ଥିବା ସରକାରୀ ଜମି କୁ ଗ୍ରାମର ରବି ଜଗଦଲା , ପ୍ରମୋଦ ଜଗଦଲା ଓ ବୀର ବୁଡ଼ା ଜବର ଦଖଲ କରିଛନ୍ତି । ସେହିପରି ହରିଜନ ପଡ଼ା ନିକଟରେ ଥିବା ସରକାରୀ ଜମି କୁ ବୈବସୁତ କୁମ୍ଭାର ଜବର ଦଖଲ କରି ଧାନ ଚାଷ କରିଛନ୍ତି । ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ଜବରଦଖଲକାରୀ ମାନେ ଭୂମିହୀନ ନୁହନ୍ତି । ଆଗରୁ ମଧ୍ୟ ଭୁଲିଆବନ୍ଧ ଠାରେ ଜବର ଦାଖଲ ଉଦ୍ୟମ ହୋଇଥିଲା । ମାତ୍ର ଗ୍ରାମବାସୀ ସେହିସମୟରେ ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତହସିଲଦାର ସରଜମିନ ତଦନ୍ତ କରି ଜବରଦଖଲ ବନ୍ଦ କରିଥିଲେ । ଭୁଲିଆବନ୍ଧ ହେଉଛି ଲୁତୁରପଙ୍କ ଗ୍ରାମର ଜୀବନରେଖା । ଗ୍ରାମର ପ୍ରାୟ ୨୫୦ ଏକର ଚାଷ ଜମି କୁ ଉକ୍ତ ବନ୍ଧ (ପୋଖରୀ) ରୁ ଜଳସେଚନ କରାଯାଇଥାଏ । ତେଣୁ ଉକ୍ତ ପୋଖରୀ ରୁ ଜବର ଦଖଲ ଉଚ୍ଛେଦ ଦାବି କରିଛନ୍ତି ଗ୍ରାମବାସୀ । ଏହା ସହିତ ଲୁତୁରପଙ୍କ (ମେଟକାନି) ନିକଟ ରେ ଥିବା ନର୍ସରୀ ଏରିଆ ପାର୍ଶ୍ଵରେ ମଧ୍ୟ ଜବର ଦଖଲ କରାଯାଇଛି । ଏଣୁ ଏହାର ତଦନ୍ତ କରି ଜବର ଦଖଲ ଉଚ୍ଛେଦ କରିବାକୁ ବୀରମହାରାଜପୁର ତହସିଲଦାର ବିବିଧ ଗଡ଼ନାୟକ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଗ୍ରାମର ଶଶୀଭୂଷଣ ବାରିକ , ହୃଷୀକେଶ ଖିଲାର , ପୃଥ୍ୱିରାଜ ମହକୁର , ସୁରେନ୍ଦ୍ର କୁମାର ପ୍ରଧାନ , ସୁଜିତ ମହାକୁରଙ୍କ ସମେତ ଶତାଧିକ ଗ୍ରାମବସୀ ତହସିଲ କାର୍ଯ୍ଯାଳୟକୁ ଯାଇ ଦାବୀପତ୍ର ପ୍ରଦାନ କରିଛନ୍ତି।
ତହସିଲଦାର ବିବୁଧ ଗଡନାୟକ ଗ୍ରାମବାସୀ ଙ୍କ ଦାବି ଗ୍ରହଣ କରି , ଏ ନେଇ ରାଜସ୍ବ ଅଧିକାରୀ ଙ୍କୁ ତଦନ୍ତ ପାଇଁ ଦାୟିତ୍ବ ଦେବା ସହ ତୁରନ୍ତ ରିପୋର୍ଟ କରିବା କୁ ନିର୍ଦ୍ଦେଶ ଦେଇ ଥିବା ଜଣାଯାଇଛି ।