Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ସଂସଦ ଭବନକୁ ଜୟରାମ ରମେଶ କହିଲେ, ମୋଦୀ ମଲ୍ଟପ୍ଲେକ୍ସ, ବିଜେପିର ତୀବ୍ର ବିରୋଧ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଜୟରାମ ରମେଶ ଶନିବାର ନୂତନ ସଂସଦ ଭବନକୁ ମୋଦୀ ମଲ୍ଟିପ୍ଲେକ୍ସର ଆଖ୍ୟା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ୨୦୨୪ରେ ଯେବେ କ୍ଷମତା ପରିବର୍ତ୍ତନ ହେବ, ନୂତନ ସଂସଦ ଭବନକୁ ଉନ୍ନତ ଢଙ୍ଗରେ ବ୍ୟବହାର କରାଯିବ। କଂଗ୍ରେସ ନେତାଙ୍କ ଏହି ବୟାନକୁ ନେଇ ବିଜେପି ଆକ୍ରମଣାତ୍ମକ ହୋଇ ଉଠିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଏହା କଂଗ୍ରେସର ହୀନ ମାନସିକତାକୁ ଦର୍ଶାଉଛି।

ଜେପି ନଡ୍ଡା କହିଛନ୍ତି, କଂଗ୍ରେସ ପାର୍ଟିର ନିମ୍ନସ୍ତର ହିସାବରେ ଏହା ସବୁଠୁ ଦୟନୀୟ ଏବଂ ଖରାପ ମାନସିକତା। ଏହା ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ଅପମାନ ବ୍ୟବୀତ ଆଉ କିଛି ନୁହେଁ। ପ୍ରଥମ ଥର ନୁହେଁ ଯେବେ କଂଗ୍ରେସ ସଂସଦର ବିରୋଧ କରିଛି। ୧୯୭୫ରେ ମଧ୍ୟ କଂଗ୍ରେସ ଏମିତି ଉଦ୍ୟମ କରି ସଂପୂର୍ଣ୍ଣ ବିଫଳ ହୋଇଥିଲା ବୋଲି ନଡ୍ଡା କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଜୟରାମଙ୍କ ବୟାନରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜୟରାମ ରମେଶ କହିଥିଲେ ଯେ, ଏତେ ପ୍ରଚାର ସହିତ ଲଞ୍ଚ କରାଯାଇଥିବା ନୂତନ ସଂସଦ ଭବନ ପିଏମ ମୋଦୀଙ୍କ ଉଦ୍ଦେଶ୍ୟକୁ ଭଲ ଭାବେ ସାକାର କରୁଛି। ଏହାକୁ ମୋଦୀ ମଲ୍ଟିପ୍ଲେକ୍ସ କିମ୍ବା ମୋଦୀ ମ୍ୟାରିୟଟ୍ କହିବା ଉଚିତ୍। ଚାରି ଦିନ ଭିତରେ ମୁଁ ଦୁଇ ଗୃହରେ ଆଲୋଚନାକୁ ସମାପ୍ତ କିମ୍ବା ମାରି ଦିଆଯାଉଥିବା ଦେଖିବାକୁ ପାଇଛି। ବାସ୍ତୁକଳା ବାସ୍ତବରେ ଗଣତନ୍ତ୍ରକୁ ମାରିପାରେ। ସମ୍ବିଧାନକୁ ପୁନର୍ବାର ଲେଖିବା ବିନା ମୋଦୀ ଏମିତି କରିବାରେ ସଫଳ ହୋଇଛନ୍ତି ବୋଲି ଜୟରାମ ରମେଶ କହିଥିଲେ।

ସେ ଏହା ମଧ୍ୟ କହିଛନ୍ତି ଯେ, ଜଣେ ଅନ୍ୟ ଜଣେ ସଦସ୍ୟଙ୍କୁ ଦେଖିବା ପାଇଁ ଗୃହରେ ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ପଡ଼ୁଛି। କାରଣ ହଲ୍ କଦାପି ସଦସ୍ୟଙ୍କ ପାଇଁ ଅନୁକୂଳ ନୁହେଁ। ପୁରୁଣା ସଂସଦ ଭବନର ଏକ ଗୌରବ ଥିଲା। ଦୁଇ ଗୃହ, ସେଣ୍ଟ୍ରାଲ ହଲ୍ ଓ ଗଳିରେ ଚାଲିବା ସହଜ ଥିଲା। ବୋଧହୁଏ ୨୦୨୪ରେ କ୍ଷମତା ପରିବର୍ତ୍ତନ ପରେ ନୂତନ ଭବନକୁ ଉନ୍ନତ ଢଙ୍ଗରେ ବ୍ୟବହାର କରାଯାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ