Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବ୍ଲକ ର ସମିତି ସଭ୍ୟ ସଂଘ ଗଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସମିତି ସଭ୍ୟ ସଂଘ ଗଠିତ ହୋଇ ଯାଇଛି । ଶନିବାର ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ପଂଚାୟତର ସମିତି ସଭ୍ୟମାନେ ଯୋଗଦେଇଥିଲେ । ବୈଠକରେ ସର୍ବସମ୍ମତିକ୍ରମେ ଲକ୍ଷ୍ମୀନାରାୟଣ ପୁରୋହିତଙ୍କୁ ସଭାପତି ଭାବେ ଚୟନ କରାଯାଇଥିବାବେଳେ ରୀତା ଗର୍ଡିଆ ଙ୍କୁ ଉପସଭାପତି , ବିନୋବାନନ୍ଦ ପଧାନ ସଂପାଦକ , ଇତିଶ୍ରୀ ପଧାନ ସହ ସଂପାଦକ , ସୈନ୍ଦୁ ସାହୁ କୋଷାଧ୍ୟକ୍ଷ ଏବଂ ବବିତା ବାଘଙ୍କୁ ସହ କୋଷାଧ୍ୟକ୍ଷ ଭାବେ ମନୋନିତ କରାଯାଇଛି । ଆଗମୀ ଦିନରେ ସମିତି ସଭ୍ୟଙ୍କ ସାଂଗଠାନିକ କାର୍ଯ୍ୟ ଏହି କମିଟୀ ତୁଲାଇବା ନେଇ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସୂଚନା ଦେଇଛନ୍ତି I