Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବିଧ ପ୍ରସଙ୍ଗରେ ବିଜେପି ଜିଲ୍ଲା ପ୍ରମୁଖ ପଦାଧିକାରୀଙ୍କ ବୈଠକ

ସମ୍ବଲପୁର: ଆଜି ସମ୍ୱଲପୁର ଜିଲ୍ଲା ବିଜେପି ର ବରିଷ୍ଠ ପଦାଧିକାରୀ ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲଙ୍କ ସଭାପତିତ୍ବ ରେ ହୋଇଥିବା ଆଜିର ଏହି ବୈଠକ ରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ସଙ୍ଗଠନ କୁ ସୁଦୃଢ଼ ଓ ସକ୍ରିୟ କରିବା ଦିଗରେ ରାଜ୍ୟ ନେତୃତ୍ୱ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦିଆଯାଇଥିଲା ।
ବୈଠକରେ ଉପସ୍ଥିତ ଥିବା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସିମଞ୍ଚାଲ ଖଟେଇ ବିଜେପି ର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ତ୍ରିସ୍ତରିୟ ସାଙ୍ଗଠନିକ ବ୍ୟବସ୍ଥା ମଣ୍ଡଳ କମିଟି, ଶକ୍ତୀକେନ୍ଦ୍ର ଓ ବୁଥ କମିଟି କୁ ସୁସଙ୍ଗଠିତ ଓ ମଜଭୁତ କରିବା ପାଇଁ କରାଯାଇଥିବା ଯୋଜନା ସମ୍ପର୍କ ରେ ଅବଗତ କରାଇଥିଲେ । ଏହା ସହିତ, ଦଳ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।
ଅନ୍ୟତମ ପଦାଧିକାରୀ ରାଜ୍ୟ ସମ୍ପାଦକ ତଥା ସମ୍ବଲପୁର ପ୍ରଭାରୀ ଶ୍ରୀଯୁକ୍ତ ଟଙ୍କଧର ତ୍ରୀପାଠୀ ମଣ୍ଡଳ ସଭାପତି ମାନଙ୍କ ଠାରୁ ସଙ୍ଗଠନ ର ମୂଳ ତିନୋଟି ସ୍ତର ମଣ୍ଡଳ, ଶକ୍ତୀକେନ୍ଦ୍ର ଓ ବୁଥ କମିଟି ମାନଙ୍କର ସବିଶେଷ ବିବରଣୀ ଓ ତଥ୍ୟ ଗ୍ରହଣ କରିଥିଲେ ଏବଂ ସଙ୍ଗଠନ କୁ ତୃଣମୂଳ ସ୍ତରରେ ଆହୁରି ସଶକ୍ତ ଓ ସକ୍ରିୟ କରିବା ପାଇଁ ଆହ୍ବାନ ଦେଇଥିଲେ ।
ବୈଠକ ରେ ଉପସ୍ଥିତ ରେଙ୍ଗାଲି ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ନାଉରୀ ନାୟକ ମୋଦୀ ସରକାର ଙ୍କ ଦ୍ଵାରା ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣକାରି ଯୋଜନା ଗୁଡିକ କିଭଳି ସାଧାରଣ ଲୋକ ଙ୍କ ପାଖ ରେ ପହଞ୍ଚି ପାରିବ ଓ ପ୍ରକୃତ ହିତାଧିକାରୀ ମାନେ କିଭଳି ସମସ୍ତ ଯୋଜନା ଗୁଡିକର ଲାଭ ପାଇ ପାରିବେ ସେ ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ ।
ଆଜିର ବୈଠକ ରେ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ସାଧାରଣ ସମ୍ପାଦକ ଆଶିଷ କୁମାର ହୋତା ଧନ୍ୟବାଦ୍ ଜ୍ଞାପନ କରିଥିଲେ ।
ବୈଠକ ର ପ୍ରାରମ୍ଭ ରେ ରାଜ୍ୟ ବିଜେପି ରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସିମଞ୍ଚାଲ ଖଟେଇ ଓ ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ଶ୍ରୀମତି ସୁସ୍ମିତା ଦେହୁରୀ ଙ୍କୁ ସମ୍ମର୍ଦ୍ଧିତ କରା ଯାଇଥିଲା ।
ଆଜିର ବୈଠକରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ବୃନ୍ଦାବନ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ୍ ପ୍ରମୁଖ ମଞ୍ଚାସିନ ଥିବା ବେଳେ ବରିଷ୍ଠ କାର୍ଯ୍ୟକର୍ତ୍ତା ସନତ୍ ମିତ୍ର, ଦାମୋଦର କର,କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ୍ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ରମେଶ ପ୍ରଧାନ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ନୀଳାମ୍ବର ସିକନ୍ଦର ଜିଲ୍ଲା ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ଫିରୋଜ୍ ଖାଁନଙ୍କ ସମେତ ବହୁ ଜିଲ୍ଲା ପଦାଧିକାରୀଗଣ, ମୋର୍ଚ୍ଚା ପଦାଧିକାରୀଗଣ, ମଣ୍ଡଳ ସଭାପତି ଓ ସାଧାରଣ ସମ୍ପାଦକ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।