Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧର୍ମଶାଳା ହାଇସ୍କୁଲ ଖେଳ ପଡିଆରେ ଉଲୁଣ୍ଡା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅବସରରେ ଶନିବାର ଧର୍ମଶାଳା ସ୍କୁଲ ପଡିଆ ରେ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏ ଉପଲକ୍ଷେ ଆୟୋଜିତ ସଭାରେ ଲୋକ ନାଥ ମେହେର ଅଧ୍ୟକ୍ଷତା କରି ଥିଲେ l ଉଲୁଣ୍ଡା ବ୍ଳକ ଗୋଷ୍ଟି ଶିକ୍ଷା ଅଧିକାରୀ ଜନାର୍ଦ୍ଦନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷାୟତ୍ରୀ ନଳିନୀ କୁମ୍ଭାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡା ର ଉପଦେୟତା ବିଷୟ ରେ ବର୍ଣ୍ଣନା କରିଥିଲେ l ସଭା ରେ ବ୍ଳକ କ୍ରୀଡା ସଭାପତି ଅନନ୍ତ ରାମ ମେଣ୍ଡିଲି ଓ ବ୍ଳକ କ୍ରୀଡା ସଙ୍ଘ ସମ୍ପାଦକ ପ୍ରହଲ୍ଲାଦ ନାୟକ ଉପସ୍ଥିତ ଥିଲେ l  କାର୍ଯ୍ୟକ୍ରମ ରେ ଉଲୁଣ୍ଡା ବ୍ଳକ ର 14 ବର୍ଷ ରୁ କମ 14 ଜଣ ଏବଂ 17 ବର୍ଷ ରୁ କମ 174 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ଥିଲେ l କବାଡି , ଖକୋ ସମେତ ଅନ୍ୟାନ୍ୟ ଖେଳ ଅନୁଷ୍ଠିତ ହୋଇଥିଲା l ବ୍ଳକ କ୍ରୀଡା ସମ୍ପାଦକ ନାୟକ ଙ୍କ ତତ୍ୱାବଧାନ କ୍ରମେ ଆୟୋଜିତ କାର୍ଯ୍ଯକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିବା ବେଳେ ଶେଷରେ ଶ୍ରୀମତୀ ବନିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ I