Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରପଞ୍ଚ ଙ୍କ ସରକାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ

ବୀରମହାରାଜପୁର : ସରପଞ୍ଚ ଙ୍କ କ୍ଷମତା ସଙ୍କୁଚିତ ଓ ସ୍ଵତନ୍ତ୍ର ଅନୁଦାନ ଅର୍ଥ ପ୍ରଦାନ ସହ ସମ୍ବିଧାନ ର ୭୩ତମ ସଂଶୋଧନ ମତେ କ୍ଷମତା ବିକେନ୍ଦ୍ରୀକରଣ ପାଇଁ ୧୫ ଦଫା ଦାବି ପୂରଣ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସରପଞ୍ଚ ମାନେ ସରକାରୀ କାମ ବନ୍ଦ ଆନ୍ଦୋଳନ ରେ ସାମିଲ୍ ହୋଇଥିବା ରୁ ଉନ୍ନୟନ ଠପ୍ ହୋଇଯାଇଛି । ରଜ୍ୟ ସରପଞ୍ଚ ସଂଘ ଆହ୍ବାନ କ୍ରମେ ଗତ ୧୫ ତାରିଖରେ ସମଗ୍ର ଓଡ଼ିଶାର ୫୦୦୦ ରୁ ଉର୍ଦ୍ଧ୍ବ ସରପଂଚ ଭୁବନେଶ୍ୱର ପି ଏମ ଜି ଛକ ରେ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରପଞ୍ଚ ସଂଘ ପ୍ରତିନିଧି ମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କୁ ସଂଘ ର ୧୫ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ସରକାରଙ୍କ ପ୍ରତିନିଧି ରାଜ୍ୟ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କୁ ପ୍ରଦାନ୍ କଲେ ଓ ୭ଦିନ ମଧ୍ୟ ରେ ଦାବୀ ପୂରଣ ନହେଲେ ୨୨ ତାରିଖରୁ ପୁଣି ଗଣଧାରଣା ଓ ଆନ୍ଦୋଳନ କରାଯିବା କୁ ଚେତାବନୀ ଦେଇ ଥିଲେ । ଉକ୍ତ ଆନ୍ଦୋଳନ ରେ ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ ସାମିଲ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ସରକାର ଙ୍କ ଦ୍ଵାରା ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କରିବାରୁ ରାଜଧାନୀ ରେ ଗଣ ଧାରଣା , ଆନ୍ଦୋଳନ ଆରମ୍ଭ କରିଛନ୍ତି । ସୁବର୍ଣ୍ଣ ପୁର ଜିଲ୍ଲା ସରପଞ୍ଚ ସଂଘ ଆହ୍ବାନ କ୍ରମେ ବ୍ଲକ ସରପଞ୍ଚ ସଂଘ ନିଷ୍ପତ୍ତି କ୍ରମେ ସମସ୍ତ ସରପଞ୍ଚ ସରକାରୀ କାମ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ଓ ଡିଏସସି ସବୁ ନିଜ ପାଖରେ ରଖିଛନ୍ତି।ଫଳରେ ଉନ୍ନୟନ ପ୍ରକ୍ରିୟା ଠପ୍ ହୋଇଯାଇଛି । ସାଧାରଣ ଜନତା ଆଧାର କାର୍ଡ , ବାସସ୍ଥାନ ପ୍ରମାଣ ପତ୍ର , ଜନ ସଂଖ୍ୟା ପ୍ରମାଣ ପତ୍ର , ଅସହାୟ ପ୍ରମାଣ ପତ୍ର , ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର , ଗ୍ରାମୀଣ ଆବାସ ଯୋଜନା ହିତାଧୀକାରୀ ଶ୍ରମ ଦିବସ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାର ଆଗାମୀ ଦିନରେ ଯଦି ସହୃଦୟତାର ସହିତ ୧୫ ଦଫା ଦାବି ପୂରଣ ନେଇ ଟାଳଟୁଲ ନୀତି ଆପଣନ୍ତି ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ ଓ ସମସ୍ତ ସରପଞ୍ଚ ଚେତାବନୀ ଦେଇଛନ୍ତି । ସାଧାରଣ ଜନତା ଙ୍କ ଅସୁବିଧା କୁ ବିଚାରକୁ ନେଇ ସରପଞ୍ଚ ସଂଘ ର ନ୍ୟାର୍ଯ୍ୟ ଦାବି ସରକାର ଶୀଘ୍ର ପୂରଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।