Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କମିରl ହାଇସ୍କୁଲ ରେ ବ୍ଲକ ସ୍ତରୀୟ ଖେଳାଳି ଚୟନ ; ଜିଲ୍ଲା ସ୍ତରକୁ ମନୋନୀତ ହେଲେ 96 ଜଣ ଖେଳାଳି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ବାପୁଜୀ ହାଇସ୍କୁଲ ରେ ଶନିବାର ଦିନ ବ୍ଲକ ସ୍ତରୀୟ ଗେମ୍ ଏବଂ ସ୍ପୋର୍ଟସ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ , ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶେଷଦେବ ମିଶ୍ର , କମିରା ସରପଞ୍ଚ ଅନୁଷୟା ପ୍ରଧାନ , ସ୍ବେଚ୍ଛାସେବୀ ଧରଣୀଧର ପାଢ଼ୀ , ଆଇ ପି ରଞ୍ଜିତ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଶିକ୍ଷକ ଶରତ ବିହାରୀ ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ କଲାକାହ୍ନୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଖେଳାଳି ଚୟନ ଶିବିର ରେ ବ୍ଲକ ର ସମସ୍ତ ସ୍କୁଲରୁ ପ୍ରାୟ ୪୫୦ ଜଣ ଛାତ୍ରଛାତ୍ରୀ ଗ୍ରହଣ କରିଥିଲେ । ୧୭ ବର୍ଷରୁ କମ୍ ଓ ୧୪ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ କବାଡି , ଖୋକୋ ଓ ଫୁଟବଲ ଆଦି ଖେଳ କରାଯାଇଥିଲା । ଉକ୍ତ ଖେଳାଳି ଚୟନ ଶିବିର ରୁ ପ୍ରାୟ ୯୬ ଜଣ ଖେଳାଳି ଆସନ୍ତା ୨୬ ଓ ୨୭ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ବ୍ଲକ ସ୍ତରୀୟ ୧୪ବର୍ଷରୁ କମ୍ ଉଭୟ କବାଡି ଓ ଖୋ କୋ ପାଇଁ ୧୮ଜଣ ବାଳିକା ଓ ୧୮ ଜଣ ବାଳକ ଜିଲ୍ଲା ସ୍ତରୀୟ କ୍ରୀଡ଼ା କୁ ଚୟନ ହୋଇଥିବା ବେଳେ ୧୭ ବର୍ଷରୁ କମ ପାଇଁ ହୋଇଥିବା ଫୁଟବଲ , କବାଡି ଓ ଖୋକୋ ପାଇଁ ବାଳକ ବର୍ଗରୁ ୩୦ ଓ ବାଳିକା ବାର୍ଗରୁ ୩୦ ଜଣ ଲେଖାଏଁ ଜିଲ୍ଲା ସ୍ତର କୁ ଚୟନ ହୋଇଛନ୍ତି । ଶିକ୍ଷକ ସଞ୍ଜୀବ ସାହୁ , ଅଚ୍ୟୁତ ସାହୁ ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ ।