Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋସିବୁଲ ଗ୍ରୁପ ପକ୍ଷରୁ ୭ମ ତମ ନୂଆଖାଇ ଭେଟଘାଟ

ଝାରସୁଗୁଡା ୨୪/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଲସଦା ପୋସିବୁଲ ଗ୍ରୁପ ପକ୍ଷରୁ ୭ମ ତମ ତମ ନୂଆଖାଇ ଭେଟଘାଟ ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୋସିବୁଲ ଗୃପର ସଭାପତି ସଚ୍ଚିଦାନନ୍ଦ ମେହେର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ ମୁଖ୍ୟ ଅତିଥି ଏବଂ ସମାଜସେବୀ ଦେବରାଜ ବାରିକ, ମାନବ ଅଧିକାର ପରିଷଦ ଝାରସୁଗୁଡା ଜିଲ୍ଲା ସଭାପତି ପିକୁ ମିଶ୍ର, ପ୍ରମେୟ ପ୍ରତିନିଧି ମହେନ୍ଦ୍ର କୁମାର ସାଏ, ପଲସଦା ଗ୍ରାମର ଗୌନ୍ତିଆ ଖୁସିରାମ ଭୋଇ, ହିତେଶ ଠକ୍କର, ସୁନ୍ଦରଗଡ଼ ଜିଲ୍ଲା ଆଙ୍କେଲବିରା ପୂର୍ବତନ ସରପଞ୍ଚ ପ୍ରଭାସିନୀ ସେଟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସର୍ଵ ପ୍ରଥମେ ମାଁ ସମଲେଶ୍ବରୀ ଙ୍କ ଫଟୋ ଚିତ୍ର ସମ୍ମୁଖରେ ଦ୍ୱୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରିବା ସହ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ ସ୍ୱର୍ଗତ ନବ କିଶୋର ଦାସ ଏବଂ ବ୍ରଜରାଜନଗର ପୂର୍ବତନ ବିଧାୟକ ସ୍ବର୍ଗତ କିଶୋର ମହାନ୍ତି ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ପରେ ନିମନ୍ତ୍ରୀତ ଅତିଥି ବୃନ୍ଦ ନୂଆଖାଇ ସମ୍ପର୍କରେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବରଗଡ଼ର ଝଙ୍କାର ମେଲୋଡି ର ସୁନାମଧନ୍ୟ କଳାକାର ଅଞ୍ଜନା ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ କଳାକାର ମାନେ ବିଭିନ୍ନ ପ୍ରକାର ଗୀତ ପରିବେଷଣ କରି ଲୋକଙ୍କ ମନକୁ ଆକୃଷ୍ଟ କରିଥିଲେ । ଏହାକୁ ଦେଖିବା ପାଇଁ ଅଞ୍ଚଳର ଆଖପାଖ ଗ୍ରାମ ମାନଙ୍କରୁ ବହୁ ଲୋକଙ୍କ ସମାଗମ ହୋଇଥିଲା । ଏଥିରେ ପଲସଦା ପୋସିବୁଲ ଗ୍ରୁପର ସଦସ୍ୟ ମାନଙ୍କ ମଧ୍ୟରେ ଅମିତ ପଧାନ, କାଳିଆ ମେହେର, ଆଶିଷ ମେହେର, ସୁଧୀର ପଧାନ, ବିବେକ ପାଢ଼ୀ, ସ୍ୱାଧନ ପଧାନ ଦିବୁ ଭୋଇ, ବିକି ସେଟ, କିଶୋର ମେହେର, ଲୋଟନ ପାଢ଼ୀ,ବିକାଶ ନାମଦେଓ,ସଜନ ପଣ୍ଡା2,ନିଗମ ପସାୟତ, ଦୀପକ ପସାୟତ ପ୍ରମୁଖ ସଦସ୍ୟ ଙ୍କ ସମେତ ପଲସଦା ଗ୍ରାମବାସୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ