Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ତରଫରୁ ନୂଆଖାଇ ଭେଟଘାଟ

କଳାହାଣ୍ଡି, ୨୪/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ସ୍ଥିତ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ତରଫରୁ ରାଜୀବଗାନ୍ଧୀ ସେବା କେନ୍ଦ୍ର ବେହେରା ପରିସରରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାନେତ୍ରୀ ସୁଚିତ୍ରା ଗୋପାଳ ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଦଣ୍ଡପାଟ ଯୁବ ସେବା ସଂଗଠନ ସଭାପତି ଭବେଶ ଗଇଁତା ଯୋଗଦେଇଥିବା ବେଳେ ସମ୍ମନୀତ ଅତିଥି ଭାବରେ ସଂପାଦକ ଭୁଜବଳ ନାଏକ, ଶୁଶିଲ ଚନ୍ଦ୍ର ନାଗ, ଭିକାରୀ ଚରଣ ଗୋପାଳ, ରୁପେଶ ନାଏକ, ରିଙ୍କୁ ବିଶି, ହେମାଳ ବିଶି, ତ୍ରିଲୋକ ନାଥ ସିଂ, ଟିକେଶ୍ବର ଭୋଇ, ରଙ୍ଗାଧର ନାଗ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଗୋଷ୍ଠୀ ସଦସ୍ୟାଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା। ପରେ ଗୋଷ୍ଠୀ ସଂପାଦିକା ସଂଗୀତା ବିଶି ଉତ୍ପାଦକ ଗୋଷ୍ଠୀ ର ଭବିଷ୍ଯତ ଯୋଜନା ସମ୍ପର୍କିତ ଆଲୋଚନା କରିଥିଲେ। ସମସ୍ତେ ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ମାଁ ଦନ୍ତେଶ୍ବରୀଙ୍କୁ ଭୋଗ ଦେଲାପରେ ଏକାଠି ବସି କୁରେଇ ପତ୍ରରେ ନୂଆ ଚୁଡା ଖାଇଥିଲେ। ବଡ ମାନଙ୍କୁ ପାଦ ଛୁଇଁ ଓ ସାନ ମାନଙ୍କୁ ସ୍ନେହ ରେ ଜୁହାର ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଉତ୍ପାଦକ ଗୋଷ୍ଠୀ ର ସଦସ୍ୟା ମାନେ ନାଚ,ଗୀତ କରିଥିଲେ। ଶିକ୍ଷୟତ୍ରୀ ସାବିତ୍ରୀ ନାଏକ ଓ ଚାନ୍ଦିନୀ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଷାଧ୍ଯକ୍ଷା ସୁମନ ସିନ୍ଦୁର ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ