ଦୁଇ ଅସହାୟ ଶିଶୁଙ୍କୁ ଭେଟିଲେ ଖୁସି ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ଯଶୋବନ୍ତ ରଣା


ଭବାନୀପାଟଣା, ୨୫/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ପଞ୍ଚାୟତ ଫଟାମୁଣ୍ଡା ଗାଁ ରେ ରୁହନ୍ତି ୨ ଅସହାୟ ଛୁଆ l ପିତା ହରିହର ପରାଭୋଇ ଗତ ଗୋଟିଏ ବର୍ଷ ତଳେ ଶିକଲିନ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରେଇଥିଲେ l ପରେ ପରିବାର ର ସମସ୍ତ ବୋଝ ମା ସଇତି ପରାଭୋଇ ଙ୍କ ଉପରେ ପଡିଥିଲା l ୨ ଶିଶୁ ଙ୍କୁ କିପରି ଲାଳନ ପାଳନ କରିବେ ସେ ନେଇ ସଇତି ମାନସିକ ଚାପରେ ପଢି ଶେଷରେ ମାନସିକ ରୋଗରେ ଆକ୍ରାନ୍ତ ହେଲେ l ଏବେ ଦୁଇ ପୁଅ ଗଣେଶ ପରାଭୋଇ ଓ ପ୍ରଦୀପ ପରାଭୋଇ ଫଟାମୁଣ୍ଡା ଗାଁ ରେ ଜେଜେବାପା ଟିକୁନ ପରାଭୋଇ ଓ ଜେଜେମା ଜୟନ୍ତୀ ପରାଭୋଇ ଙ୍କ ନିକଟ ରେ ରହୁଛନ୍ତି l ଗଣେଶ ନିକଟସ୍ଥ ସ୍କୁଲ ରେ ଅଷ୍ଟମ ଶ୍ରେଣୀରେ ପଡୁଥିବା ବେଳେ ପ୍ରଦୀପ ପଞ୍ଚମ ଶ୍ରେଣୀ ରୁ ସ୍କୁଲ ଦୁଆର ମୁହ ଦେଖିପାରି ନାହିଁ l ଏହିପରି ଅନେକ ସମସ୍ୟା ନେଇ ସେମାନେ ଜୀବନ ଯାପନ କରୁଥିବା ନେଇ ସମାଜସେବୀ ରାମକୁମାର ସେନାପତି ଏବଂ ସେଇଠୁ ଆରମ୍ଭ ଦୈନିକ ଖବରକାଗଜ ର ଯୁବ ସାମ୍ବାଦିକ ଜଗନ୍ନାଥ ନାଏକ ଖୁସି ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ l ସେମାନେ କିପରି ଆଗକୁ ପଢ଼ିପାରିବେ ସେନେଇ ସମସ୍ତ ବ୍ୟବସ୍ତା କରିବାକୁ ଶ୍ରୀ ରଣା ଙ୍କୁ ଜଣେଇଥିଲେ l ଖବର ପାଇବା ମାତ୍ରେ ଖୁସି ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ଯଶୋବନ୍ତ ରଣା ଓ ସ୍ବେଛାସେବୀ ପ୍ରକାଶ ନିଆଳ ଦୁହେଁ ଫଟାମୁଣ୍ଡା ଗାଁ କୁ ଯାଇ ଶିଶୁ ମାନଙ୍କ ସମସ୍ୟା ବିଷୟରେ ଅଜା ଆଇ ଓ ପଡୋଶୀ ଙ୍କ ଠାରୁ ବୁଝିଥିଲେ l ସମସ୍ତ ସମସ୍ୟା ବିଷୟରେ ସେମାନଙ୍କ ସହ ଆଲୋଚନା କରାଗଲା l ଏହି ସମସ୍ୟା ବିଷୟରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ସହ ଆଲୋଚନା କରି ଦୁଇ ଶିଶୁ ଙ୍କୁ ସରକାର ଙ୍କ ସମସ୍ତ ଯୋଜନାରେ ସହଯୋଗ କରାଯିବ ବୋଲି ସମ୍ପାଦକ କହିଥିଲେ l ଏହି ସମୟ ରେ ଦୁଇ ଶିଶୁ ଙ୍କ ସହ ପଡୋଶୀ ମଧ୍ୟ ଉପସ୍ଥିତ ଥିଲେ