Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାତାଳୀ ଶ୍ରୀକ୍ଷେତ୍ର ରେ କୋଶଳିଆ ମାଳି ସାମାଜ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଏ ଠାରେ ଆଜି ନୃସିଂହନାଥ ରାଜ୍ୟ କୋଶଳେଶ୍ୱର ମାଳି ସମାଜ ବିକାଶ ପରିଷଦ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୂଜାର୍ଚ୍ଚନା , ଅତିଥି ସମର୍ଦ୍ଧନା , ପରିଚୟ ପ୍ରଦାନ , ନୂଆଁଖାଇ ପାଳନ , ବନ୍ଧୁ ମିଳନ , ଆଲୋଚନା , ଗୀତ , ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିଲେ । ସମାଜର ମହିଳା ରାଜ୍ୟ ସଭାପତି ଭାବେ ବବିତା ପଟେଲ ଓ ମହିଳା ରାଜ୍ୟ ସମ୍ପାଦକ ଚୁମକୀ ପଟେଲ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । କୋଶଳିଆ ମାଳି ସମାଜ ର ଭବନ ନିର୍ମାଣ ପାଇଁ ସମସ୍ତଙ୍କର ଉପସ୍ଥିତି ରେ ଶୁଭସ୍ତମ୍ଭ ସ୍ଥାପନ କରା ଯାଇଥିଲା । ରାଜ୍ୟ ସଭାପତି ସୁବଳ ପଟେଲ ଙ୍କ ସଭାପତିତ୍ବରେ ରାଜ୍ୟ ସମ୍ପାଦକ ଟେକରାଜ ପଟେଲ , ବରଗଡ ଜିଲ୍ଲା ସଭାପତି ଭିଷ୍ମଦେବ ପଟେଲ , ସୁବର୍ଣ୍ଣପୁର ଜିଲ୍ଲା ସଭାପତି ତ୍ରୀପୁରାରୀ ସମର୍ଥ , ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ପଟେଲ , ବରପାଲି ଅଞ୍ଚଳ ସଭାପତି ଉପେନ୍ଦ୍ର ବାଘ , କୋଟସମଲାଏ ଅଞ୍ଚଳ ସଭାପତି ଜଗନ୍ନାଥ ଉଡାନ , ସମ୍ପାଦକ ନରେନ୍ଦ୍ର ବାଘ , ଡୁଙ୍ଗୁରିପାଲି ଅଞ୍ଚଳ ସଭାପତି ତ୍ରିଲୋଚନ ପଟେଲ , ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି ମୁନୁ ଗୁଦୁରିଆ , ବାଞ୍ଜିପାଲି ଅଞ୍ଚଳ ସଭାପତି ଶୁକଦେବ ପଟେଲ , କଣ୍ଟାବାଞ୍ଜି ସଭାପତି ଶେଷଦେବ ପଟେଲ , ଧର୍ମଗଡ କେନ୍ଦ୍ରାଞ୍ଚଳ ସମ୍ପାଦକ ଲବଜୀ ପଟେଲ ଯୋଗଦେଇ ମତବ୍ୟକ୍ତ ପ୍ରଦାନ କରିଥିଲେ । ଏଥିରେ ରାଜ୍ୟ ସହ ସମ୍ପାଦକ ସୂର୍ଯ୍ୟଚନ୍ଦ୍ର ପଟେଲ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର , ସମ୍ବଲପୁର , ବରଗଡ , କଳାହାଣ୍ଡି , ନୂଆପଡା , ବଲାଙ୍ଗୀର , ରାୟଗଡ଼ା ଜିଲ୍ଲାରୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ର କୋଟସମଲାଏ , ଶଙ୍କରା , ବୀରମହାରାଜପୁର , ଡୁଙ୍ଗୁରିପାଲି , ବାଞ୍ଜିପାଲି , ଉଲୁଣ୍ଡା ଅଞ୍ଚଳ ରୁ ହଜାର ହଜାର ଜାତିଭାଇ , ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଆଗାମୀ ଦିନରେ କିଭଳି ଭାବରେ କୋଟସମଲାଏ ରେ କୋଶଳିଆ ମାଳି ସମାଜ ଭବନ ନିର୍ମାଣ କରାଯିବ ସେ ଉପରେ ଆଲୋଚନା କରାଯାଇଥିଲା ।