ବୀରମହାରାଜପୁର ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବୀରମହାରାଜପୁର ବ୍ଲକ ସଭାଗୃହରେ ଆଜି ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ଶ୍ରୀଯୁକ୍ତ ଵିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ସମ୍ବନ୍ଧୀୟ ୬୪ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୫୬ ଗୋଟି ଓ ସାମୁହିକ ଦରଖାସ୍ତ ୮ ଗୋଟି ଗ୍ରହଣ କରାଯାଇଛି l ୮ ଟି ଅଭିଯୋଗ ର ତତ୍କାଳୀନ ସମାଧନ ହୋଇଥିବାବେଳେ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି l ଗୋଷ୍ଠୀ ଉନ୍ନୟନ ଅଧିକାରୀ , ବୀରମହାରାଜପୁର ମୋତିଲାଲ ସୁଲିଆ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼. ବିଭୁତି ଭୂଷଣ ମିଶ୍ର , ଅଧିକ୍ଷଣ ଯନ୍ତ୍ରୀ ପି ଡବ୍ଲୁ ଡି ଇଂ ଦାମୋଦର କୈବର୍ତ୍ତ , ଡିଇଓ ଲକ୍ଷ୍ମଣ ଭୋଇ , ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ , ନିର୍ବାହୀ ଯନ୍ତ୍ରୀ ଆରଡି , ବି.ନରେନ. କେ.ରେଡ୍ଡୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ , ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାକା , ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ , ନିର୍ବାହୀ ଯନ୍ତ୍ରୀ ଟି ପି ଡବ୍ଲୁ ଓ ଡିଏଲ ଅଶୋକ ମିଶ୍ର , ନିର୍ବାହୀ ଯନ୍ତ୍ରୀ ଏଲ ଆଇ ଇଂ ପ୍ରଫୁଲ୍ଲ କୁମାର ବେହେରା , ନିର୍ବାହୀ ଯନ୍ତ୍ରୀ ତେଲ ଡିଭିଜନ ଇଂ ଜିତେନ୍ଦ୍ର ପାଢ଼ୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ , ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ , କାର୍ଯ୍ୟକ୍ରମ ଅଧିକାରୀ ଡି ଏସ ଡବ୍ଲୁଓ ଅନିତା ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ I ଠିକ ସେହିପରି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ଲୁହା , ଉପାଧକ୍ଷ ନାରାୟଣ ଲୁହା , ତହସିଲଦାର ବିବୁଧ ଗଡ଼ନାୟକ , ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ , ବ୍ଲକ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଶିବିରରେ ଯୋଗଦାନ କରିଥିଲେ l